24.1 C
Bhubaneswar
Tuesday, February 10, 2026
Homeଅପରାଧଚାଷ ଜମି ପାଇଁ ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡଭାଇ

ଚାଷ ଜମି ପାଇଁ ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡଭାଇ

ବଲାଙ୍ଗୀର: ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଛତାଭଟା ଗ୍ରାମର ଧ୍ରୁବ ଆଡଯୁଏଡ ତାଙ୍କ ସ୍ତ୍ରୀ ଦୀପାଞ୍ଜଳୀ ଚାଷଜମିରେ କାମ କରୁଥିବା ସମୟରେ ଧ୍ରୁବଙ୍କ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ ଚାଷଜମି ପାଇଁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ ସାନଭାଇ ଓ ଭାଇ ବୋହୁଙ୍କୁ ହାଣି ପକାଇବାରୁ ଦୁହେଁ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁହେଁ ଚିକିତ୍ସିତ ହେଉଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସିନ୍ଧେକେଲା ଆଇଆଇସି ବସନ୍ତ କୁମାର ଦଳାଇ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking