17.1 C
Bhubaneswar
Tuesday, December 23, 2025
Homeଓଡିଶାସ୍ୱାସ୍ଥ୍ୟାବସ୍ଥାକୁ ନେଇ କୋର୍ଟ ଗଲେ ଭବ

ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୋର୍ଟ ଗଲେ ଭବ

ଯାଜପୁର : ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏସଡିଜେଏମଙ୍କ ଦ୍ୱାରସ୍ଥ ହେଲେ ଭବ । ଉପଯୁକ୍ତ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ନିବେଦନ କଲେ । ଜେଲ କର୍ତ୍ତୁପକ୍ଷଙ୍କୁ ଏନେଇ  ରିପୋର୍ଟ ମାଗିଲେ ଏସଡିଜେଏମ । ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ସରକାର ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ପାଇଁ ଡିଏସ୍‌ପିଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍‌ ଗଠନ ହୋଇଛି।  ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ଯାଜପୁର ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି। ଏହି ମାମଲାରେ ପ୍ରଥମେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଆଉ ୮ଜଣ ଗିରଫ ହୋଇଛନ୍ତି। ପୁଲିସ ନିଜ ଆଡୁ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଅନ୍ୟ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking