ନୂଆଦିଲ୍ଲୀ: ଲକ୍ଷ ସେନ୍ଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ଟାଇଟେଲ୍ ଜିତିଛନ୍ତି। ଭାରତୀୟ ତାରକା ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଜାପାନରେ ୟୁଶି ଟାନାକାଙ୍କୁ ୨୧-୧୫, ୨୧-୧୧ରେ ହରାଇଲେ ଲକ୍ଷ। ବର୍ଷେ ପରେ ଫାଇନାଲ୍ ଜିତି ଟାଇଟାଲ୍ ମରୁଡି ଶେଷ କଲେ। ମାତ୍ର ୩୮ ମିନିଟ୍ ସମୟ ନେଇ ଟାନାକାଙ୍କୁ ହରାଇଲେ ଲକ୍ଷ ସେନ୍। ସେ ୨୦୨୫ ମସିହାରେ ଅଷ୍ଟ୍ରେଲିଆନ୍ ଓପନ୍ ରେ ତାଙ୍କର ପ୍ରଥମ ବିଡବ୍ଲୁଏଫ ଟାଇଟଲ୍ ଜିତିଥିଲେ। ଏହା ଲକ୍ଷ୍ୟ ସେନଙ୍କ କ୍ୟାରିଅରର ତୃତୀୟ ସୁପର ୫୦୦ ଟାଇଟଲ୍। ଲକ୍ଷ୍ୟ ଏହି ଟାଇଟଲ୍ ମ୍ୟାଚ୍ର ପ୍ରଥମ ସେଟ୍ରେ ୨୧-୧୫ରେ ଜିତି ୧-୦ରେ ଆଗୁଆ ଥିଲେ। ଏହା ପରେ ଦ୍ୱିତୀୟ ସେଟ୍ରେ ୨୧-୧୧ରେ ଜିତିଥିଲେ।










