31.1 C
Bhubaneswar
Thursday, July 4, 2024
Homeଓଡିଶାସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସ ରଙ୍ଗ

ସବୁଜରୁ ଗେରୁଆ ହେଲା ଲକ୍ଷ୍ମୀ ବସ ରଙ୍ଗ

ଭୁବନେଶ୍ୱର : ଚଳିତ ବର୍ଷ ନିର୍ବାଚନର ପରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ତେବେ ଲକ୍ଷ୍ମୀବସର ରଙ୍ଗ ବର୍ତ୍ତମାନ ବଦଳି ସବୁଜରୁ ଗେରୁଆ ହୋଇଛି । ଢେଙ୍କାନାଳ ବସଷ୍ଟାଣ୍ଡ ଭିତରେ ରହିଥିବା କିଛି ଲକ୍ଷ୍ମୀବସର ରଙ୍ଗକୁ ପରିବର୍ତ୍ତନ କରାଯାଇ ଗେରୁଆ କରାଯାଇଛି । ସରକାର ପରିବର୍ତ୍ତନ ପରେ ବସ୍ ଚଳାଚଳ ହେବନି ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏହି ବସଗୁଡିକ ଗରିବଙ୍କ ପାଇଁ ଚାଲିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କିନ୍ତୁ ବସଗୁଡିକରୁ ବିଜେଡିର ଚିହ୍ନକୁ ହଟାଯିବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ୩ଟି ବସର ରଙ୍ଗକୁ ଗେରୁଆ କରାଯାଇଛି । ହେଲେ ଏନେଇ ଆରଟିଓଙ୍କ ପାଖରେ କୌଣସି ସୂଚନା ନାହିଁ । ଏଥିସହ ଦାୟିତ୍ୱରେ ଥିବା ଓଏସଆରଟିସି ମ୍ୟାନେଜରଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଂ । ବସ ରଙ୍ଗ ବଦଳାଇବା ପାଇଁ କିଏ ଅନୁମତି ଦେଇଛି, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking