22.1 C
Bhubaneswar
Monday, February 16, 2026
Homeଓଡିଶାରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା କୁନେଇ ଶ୍ରମିକ କଂଗ୍ରେସ ପକ୍ଷରୁ କଳା ଦିବସ ପାଳନ

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା କୁନେଇ ଶ୍ରମିକ କଂଗ୍ରେସ ପକ୍ଷରୁ କଳା ଦିବସ ପାଳନ

ଯାଜପୁର : ଆଜି ଓଡିଶା ର ମହାମହିମ ରାଜ୍ୟପାଳ ଙ୍କ ପୁଅ ଲଳିତ କୁମାର ଗତ ଜୁଲାଇ ୭ ତାରିଖ ପୁରୀ ରାଜଭବନ ରେ ଏଏସଓ ବୈକୁଣ୍ଠ ନାଥ ପ୍ରଧାନ ଙ୍କ ଉପରେ ହୋଇଥିବା ମରଣତ୍ମକ ଆକ୍ରମଣ କରି ଯେପରି ଲହୁଲୁହାଣ କଲେ ଏ ଯାବତ ତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ । ଏହାର ପ୍ରତିବାଦ ରେ ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ (କେ. କେ. ସି )ଆଜିର ଜୁଲାଇ ୨୨ କୁ କଳା ଦିବସ ଭାବେ ପାଳନ କରିବା ସହିତ ମହାମହିମା ରାଷ୍ଟ୍ରପତି ଙ୍କୁ ସମସ୍ତ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ଦେବାକୁ ଡାକରା ଦେଇଥିଲା। ନୂତନ ସରକାର ଆସିବା ପରେ ଆଜି ପ୍ରଥମ ବିଧାନସଭା ବୈଠକ ରେ ରାଜ୍ୟପାକ ଙ୍କ ଅଭିଭାଷଣ କୁ ବିରୋଧ କରି ସଭାବର୍ଜନ କରିବାକୁ ନିବେଦନ କରିଥିଲେ କାରଣ ଏ ସରକାର ଓଡ଼ିଆଅସ୍ମିତା ପ୍ରତି ଶକ୍ତିଆଘାତ ଦେବା ସହିତ ଝାରଖଣ୍ଡି ବିହାରୀ ମାନଙ୍କୁ ସୁରକ୍ଷା ଦେଉଛି । ରାଜ୍ୟ ସାରା ଏହିକଳା ଦିବସ ପାଳନ ଓ ଏଏସଓ ବୈକୁଣ୍ଠନାଥ ପ୍ରଧାନ କୁ ଆକ୍ରମଣ ର ମୁଖ୍ୟ ଲଳିତ କୁମାର ଓ ଅନ୍ୟ ୫ ଜଣ କୁ ତୁରନ୍ତ ଗିରଫ ଦାବି ରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ବିଦ୍ୟାଧର ମହାନ୍ତି ଅଧକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିର ଅନ୍ୟ ମାନଙ୍କ ମଧ୍ୟରେ ଅଣସଂଗଠିତ ଶ୍ରମିକ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡା, ପଦ୍ମନାଭ ନାୟକ ପରୀକ୍ଷିତ ମଳିକ ବିଦ୍ୟାଧର ଯେନା ପ୍ରମୁଖ ବି ଜେ ପି ସରକାର ଓଡ଼ିଆ ଅସ୍ମିତା ନାମର ସରକାରକୁ ଆସିବା ପରେ ଜଣେ ଅଣଓଡ଼ିଆ ମୁଖ୍ୟଶାସନ ସଚିବ ନିଯୁକ୍ତି ଓ ଗତ ୭ ତାରିଖ ଝାରଖଣ୍ଡି ଗୁଣ୍ଡା ମାନେ ଜଣେ ଓଡ଼ିଆ ଅଧିକାରୀ କୁ ମାଡ଼ମାରିବା ଘଟଣା ରୁ ମୁଖ୍ୟମନ୍ତ୍ରୀ ମୁହଁ ନ ଖୁଲିବା କୁ ଦୃଢ଼ ସମାଲୋଚନା କରିବା ସହିତ ଏକ ଶୁଭାଯାତ୍ରା ଜରିଆରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ. ଶ୍ରମିକ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛିକି ତୁରନ୍ତ ଲଳିତ କୁମାର ଅନ୍ୟ ଗୁଣ୍ଡା ବାହିନୀ କୁ ଗିରଫ ନ କଲେ ବାଧ୍ୟହୋଇ ଶ୍ରୀ ପ୍ରଧାନ କୁ ନ୍ୟାୟ ଦେବା ଦାବିରେ ବିଧାନସଭା ଓ ରାଜଭବନ ସମୁଖରେ ଗଣଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking