26.1 C
Bhubaneswar
Saturday, December 20, 2025
Homeଓଡିଶାକୁନି ଝିଅକୁ ଝୁଣି ମାରିଦେଲେ କୁକୁରପଲ

କୁନି ଝିଅକୁ ଝୁଣି ମାରିଦେଲେ କୁକୁରପଲ

କୋରାପୁଟ: ବୁଲାକୁକୁର ପଲ ଭାଇ ସହ ଖେଳୁଥିବା କୁନିଝିଅକୁ ଝୁଣି ପକାଇମାରିଦେଲେ। ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଘଟିଛି। ଯାହାସ୍ଥାନୀୟ ଲୋକଙ୍କୁ ଯେତିକି ମର୍ମାହତ କରିଛି ସେତିକିଦୁଃଖ ଭରିଦେଇଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ଖବରଅନୁଯାୟୀ ବୋରିଗୁମ୍ମାର ଫୁଫୁଗାଁ ଠାରେ ୬ବର୍ଷୀୟ ଏକ ନାବାଳିକା ଘର ନିକଟ ପଡ଼ିଆରେ ନିଜ ଭାଇ ସହଖେଳୁଥିବା ବେଳେ ହଠାତ୍ ୪ରୁ ୫ଟି ବୁଲାକୁକୁର ଗୋଡ଼ା ଗୋଡ଼ି ହୋଇ ଆସି ଉଭୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ କୁକୁରପଲ ଆକ୍ରମଣରେ ଭଉଣୀ ଅଧିକ ଭାବରେ ପଡ଼ିଯାଇ ଜୀବନ ବିକଳରେ ଆର୍ତ୍ତ ଚିତ୍କାର କରିଥିଲା। ଏହା ଦେଖି ଭାଇଟି ଗାଁଭିତରକୁ ପଶିଆସି ଲୋକଙ୍କୁ ଡ଼କା ପକାଇଥିଲା। ଲୋକେ ଡକାହକା ହୋଇ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ କୁନିଝିଅଟି ରକ୍ତଜୁଡୁବୁଡୁ କ୍ଷତବିକ୍ଷତ ଶରୀର ପଡ଼ି ରହିଥିଲା। ତାକୁ ଉଦ୍ଧାର କରି କୁମୁଲିପୁଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।  କୁନିଝିଅର ନାମ ଚାନ୍ଦିନୀ ହରିଜନ। ସେ ତାର ଅଜାଘରେ ରହି ପାଠ ପଢ଼ୁଥିଲା ।ଏହି ଦୁଃଖଦ ମୃତ୍ୟୁ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍‌ଧ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking