30.1 C
Bhubaneswar
Wednesday, February 11, 2026
Homeଖେଳକୁମ୍ବଲେଙ୍କୁ ଟପିଲେ ଅଶ୍ୱିନୀ

କୁମ୍ବଲେଙ୍କୁ ଟପିଲେ ଅଶ୍ୱିନୀ

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ପ୍ରଥମ ଇନିଂସ୍‌ରେ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ବର୍ତ୍ତମାନ ସୁଦ୍ଧା ତିନିଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଏହା ସହିତ ଅଶ୍ୱିନ ଏକ ଖାସ୍ ଉପଲବ୍ଧି ନିଜ ନାମରେ କରିଛନ୍ତି।

ଟେଷ୍ଟ ଫର୍ମାଟ୍‌ରେ ଚତୁର୍ଥ ଇନିଂସ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର୍ ହୋଇଛନ୍ତି। ଅଶ୍ୱିନଙ୍କ ନାମରେ ଟେଷ୍ଟ କ୍ରିକେଟର୍ ଚତୁର୍ଥ ଇନିଂସ୍‌ରେ ୯୬ ୱିକେଟ୍ ହୋଇଛି। ଏହି ଉପଲବ୍ଧି ସେ ୩୫ତମ ଇନିଂସ୍‌ରେ ହାସଲ କରିଛନ୍ତି। ଏହି କ୍ଷେତ୍ରରେ ସେ ପୂର୍ବତନ ସ୍ପିନର୍ ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି। କୁମ୍ବଲେ ୩୫ ଇନିଂସ୍‌ରେ ୯୪ ୱିକେଟ୍ ଅକ୍ତିଆର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking