29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଜର୍ମାନୀରେ କୁଲଦୀପ୍‌ଙ୍କ ବ୍ୟାକ୍ ସର୍ଜରୀ

ଜର୍ମାନୀରେ କୁଲଦୀପ୍‌ଙ୍କ ବ୍ୟାକ୍ ସର୍ଜରୀ

ମ୍ୟୁନିକ୍‌: ଭାରତୀୟ ସ୍ପିନର୍ କୁଲଦୀପ୍ ଯାଦବ ଜର୍ମାନୀରେ ବ୍ୟାକ୍ ସର୍ଜରୀ କରାଇଛନ୍ତି। ଚାଇନାମ୍ୟାନ୍ ବୋଲର୍ ମଙ୍ଗଳବାର ରାତିରେ ସୋସିଆଲ୍ ମିଡିଆରେ କେତେକ ଫଟୋ ପୋଷ୍ଟ କରିଛନ୍ତି। ଏହା ମଧ୍ୟରୁ ଗୋଟିଏ ଫଟୋରେ ସେ ହସ୍ପିଟାଲ୍ ବେଡ୍‌ରେ ଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ୍‌ରେ କୁଲଦୀପ୍ ଲେଖିଛନ୍ତି- ‘ସୁସ୍ଥ ହେବା ପାଇଁ ମ୍ୟୁନିକ୍‌ରେ କିଛିଦିନ।’ ୨୯ ବର୍ଷୀୟ କୁଲଦୀପ୍‌ଙ୍କୁ କିଛିଦିନ ତଳେ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ୧୩.୨୫ କୋଟି ଟଙ୍କାରେ ଆଗାମୀ ସିଜନ୍ ପାଇଁ ଟିମ୍‌ରେ ରିଟେନ୍ କରିଛି। କୁଲଦୀପ୍ ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ୍ ମ୍ୟାଚ୍‌ରେ ଖେଳିଥିଲେ। ତେବେ ଆଘାତ କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ବେଙ୍ଗାଲୁରୁ ଟେଷ୍ଟ ପରେ ତାଙ୍କୁ ନାସ୍‌ନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସି ପଠାଯାଇଥିଲା। ସେଠାରେ ମେଡିକାଲ୍ ଏକ୍ସପର୍ଟ ତାଙ୍କୁ ସର୍ଜରୀ କରାଇବାକୁ ପରାମର୍ଶ ଦେଇଥିଲେ। କୁଲଦୀପ ଫେବୃଆରୀ-ମାର୍ଚ୍ଚରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏହି ମାସରେ ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାର ଅଛି। ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟ୍ ଦୃଷ୍ଟିରୁ କୁଲଦୀପ୍‌ଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking