26.1 C
Bhubaneswar
Sunday, December 7, 2025
Homeଓଡିଶାଧୁଡୁକୁରେ କୁଡୁମୀ କଳା ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ଧୁଡୁକୁରେ କୁଡୁମୀ କଳା ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଧୁଡୁକୁ ଠାରେ ଅନୁଷ୍ଠିତ ହୋଇ ଯାଇଛି କୁଡ଼ୁମି କଳା, ସଂସ୍କୃତି ମହୋତ୍ସବ l କୁଡୁମୀ ସମ୍ପ୍ରଦାୟର ବିଭିନ୍ନ ସଂଗଠନ ନିଜର ହକ ପାଇଁ ଆନ୍ଦୋଳନ କରି ଆସୁଛି l ପ୍ରକାଶଯୋଗ୍ୟ, କୁଡ଼ୁମୀ ସମ୍ପ୍ରଦାୟର ନିଜସ୍ଵ ଭାଷା, ନିଜସ୍ଵ ସଂସ୍କୃତି ଏବଂ ନିଜସ୍ଵ ପରମ୍ପରା ରହିଛି l କୁଡୁମି ସମ୍ପ୍ରଦାୟ ପ୍ରକୃତି ପୂଜକ ଏମାନେ ଗଛକୁ ପୂଜା କରନ୍ତି, ଗାଈ, ଗୋରୁଙ୍କୁ ପୂଜା କରନ୍ତି, ଧାନକୁ ପୂଜା କରନ୍ତି l ଭାଷା,ସଂସ୍କୃତି, ପରମ୍ପରାକୁ ଉଦ୍ଜିବିତ କରିବା ପାଇଁ ଧୁଡକୁ ଗ୍ରାମର କୁସୁମୀ ମାନଙ୍କ ପ୍ରୟାସ ପ୍ରସଂଶନୀୟ l କୁସୁମୀ ସମ୍ପ୍ରଦାୟର କଳା ସଂସ୍କୃତି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବୁଦ୍ଧିଜୀବୀ, ସଂଗଠକ, ସମାଜସେବୀ କାର୍ଯ୍ୟକ୍ରମରେ ଯୋଗଦେଇ କୁଡୁମୀ ଜାତିକୁ କିଭଳି ଆଗକୁ ନେଇ ହେବ କୁଡୁମୀଙ୍କ ଉନ୍ନତି କିଭଳି ହେବ ସେନେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ l ରାଜ୍ୟ ସଭା ସାଂସଦ ମମତା ମହାନ୍ତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ସମାଜରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଛି l କେବଳ କୁସୁମୀ ଲୋକଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକି ଥିଲା ମଞ୍ଚ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking