ଭୁବନେଶ୍ୱର : ଆଜି ବିଧାନସଭା ଗୃହରେ କାଯ୍ୟ ସୁରୁଖୁରୁରେ ଚାଲିଛି । ସ୍ଥିତି ସ୍ୱାଭାବିକ ରହିଛି । ଗୃହରେ ଶୂନ୍ୟକାଳରେ ଉଠିଲା କୋଟିଆ ପ୍ରସଙ୍ଗ କରାଯାଉନି । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । କୋଟିଆ ବିବାଦ ଲଢିବା ପାଇଁ ଓକିଲ ନିଯୁକ୍ତି କରାଯାଉନି ।୨୦୦୬ରେ ଆନ୍ଧ୍ର ସପକ୍ଷରେ ଏକପାଖିଆ ନିଷ୍ପତ୍ତି ଗଲା । ଏଥର ବି ଏହି ଆଶଙ୍କା ସୃଷ୍ଟି ହେଲାଣି । ଓଡିଶା ସରକାର ଚୁପ ବସିଛନ୍ତି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି ।