14.1 C
Bhubaneswar
Tuesday, January 13, 2026
Homeଓଡିଶାଆଜିଠୁ ୫ ଦିନ ବ୍ୟାପୀ କୋଣାର୍କ ଉତ୍ସବ

ଆଜିଠୁ ୫ ଦିନ ବ୍ୟାପୀ କୋଣାର୍କ ଉତ୍ସବ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ୩୫ତମ କୋଣାର୍କ ଉତ୍ସବ ଓ ୧୪ ତମ ଅନ୍ତର୍ଜାତିୟ ବାଲୁକା କଳା ଉତ୍ସବ ଆଜି ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ। ପ୍ରଥମ ଦିନରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା, ଉଚଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଜଗତସିଂପୁର ଏମପି ବିଭୁପ୍ରସାଦ ତରାଇ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ସମେତ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ,ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଯୋଗଦେବେ । ତେଣୁ ଉତ୍ସବମୁଖର ହୋଇଉଠିଛି ପର୍ଯ୍ୟଟନସ୍ଥଳୀ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି। ପର୍ଯ୍ୟଟନ ବିଭାଗ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ ରୁ ଓଡ଼ିଶୀ, କୁଚିପୁଡ଼ି, କଥକ, ମୋହିନୀଆଟମ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ ରୁ ରାତି ୯ ପର୍ଯ୍ୟନ୍ତ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ଦ୍ୱାରା ବାଲୁକା କଳା ପ୍ରଦର୍ଶନ ହେବ। ପ୍ରଥମ ଦିନ ଭୁବନେଶ୍ୱର ଉତ୍କଳସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଓ ନୂଆଦିଲ୍ଲୀର ମାଲତିଶ୍ୟାମଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ ହେବ। ୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏହି କୋଣାର୍କ ଉତ୍ସବ ଚାଲିବ। କୋଣାର୍କ ରଙ୍ଗମଞ୍ଚ ପରିସରରେ ଛୋଟବଡ ବୃକ୍ଷ ରାଜି, ରଙ୍ଗବେରଙ୍ଗର ଚାନ୍ଦୁଆ ଓ ରଙ୍ଗିନୀ ଆଲୋକମାଳା ରାତିର ଶୋଭାକୁ ଅତ୍ୟନ୍ତ ଲୋଭନୀୟ କରୁଥିଲାବେଳେ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚକୁ ସୁସଜ୍ଜିତ କରାଯାଇ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀ ଆଟମ, ଭାରତନାଟ୍ୟମ୍ ଆଦି ନୃତ୍ୟ ପରିବେଷଣ କରାଯିବ। ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ଶତାଧିକ ବାଲୁକାଶିଳ୍ପୀଙ୍କ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ନିର୍ମିତ ୩୫ଟି ଷ୍ଟଲରେ ବିଭିନ୍ନ କଳାକୃତି ପ୍ରଦର୍ଶିତ ହେବେ। ସେହିଭଳି ୫ ଦିନ ଧରି ହେଲିପ୍ୟାଡରେ ଅପେରା, ମୀନାବଜାର, ପୁସ୍ତକ ମେଳା, ସମେତ ପର୍ଯ୍ୟଟନ ବିଭାଗ ସହାୟତା ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking