26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକୋଲକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ...

କୋଲକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା; ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ଡାକ୍ତର

କୋଲକାତା : କୋଲକାତା ଟ୍ରେନି ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କେନ୍ଦ୍ରକରି ଗତ ୩୪ ଦିନ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ ତଥା ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ଜୁନିଅର ଡାକ୍ତରମାନେ ଆଜି ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଜୁନିଅର ଡାକ୍ତରମାନେ ଅନୁରୋଧ କରିଛନ୍ତି। ଅଗଷ୍ଟ ୯ରେ ଆର୍‌ଜି କର ହସ୍ପିଟାଲରେ ଭୟଙ୍କର ଘଟଣା ଘଟିଥିବା ବେଳେ ମାସ ଶେଷ ବେଳକୁ ରାଷ୍ଟ୍ରପତି ମୁର୍ମୁ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ ଏହାକୁ ଅତ୍ୟନ୍ତ ଭୟଙ୍କର ଓ ଘଟଣାରେ ସେ ବିଚଳିତ ବୋଲି ମଧ୍ୟ କହିଥିଲେ।
ରିପୋର୍ଟ ଅନୁସାରେ ଆନ୍ଦୋଳନକାରୀ ଡାକ୍ତରମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ୪ ପୃଷ୍ଠାର ଚିଠି ଲେଖିଛନ୍ତି। ଏହାର କପି (ନକଲ)କୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ପାଖକୁ ମଧ୍ୟ ପଠାଇଛନ୍ତି। ଏଥିରେ ସେମାନେ ଲେଖିଛନ୍ତି ଯେ, କୋଲକାତା ଘଟଣାକୁ ନେଇ ସମଗ୍ର ଦେଶ ବ୍ୟଥିତ ଥିବା ବେଳେ ପଶ୍ଚିମବଙ୍ଗ ସରକାର କିନ୍ତୁ ଏଦିଗରେ କୌଣସି ତତ୍ପରତା ଦେଖାଉନାହାନ୍ତି। ଓଲଟା ପୀଡ଼ିତାଙ୍କୁ ନ୍ୟାୟ ଦେବା ଦିଗରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ରାଜ୍ୟ ସରକାରଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏବଂ ଏହାର ପ୍ରସାରଣ ଲାଇଭ୍ କରାଯିବା ପାଇଁ ଜୁନିଅର ଡାକ୍ତରଙ୍କ ପକ୍ଷରୁ କରାଯାଇଥିବା ଦାବିକୁ ମଧ୍ୟ ରାଜ୍ୟ ସରକାର ଅଗ୍ରାହ୍ୟ କରୁଛନ୍ତି। ସୁତରାଂ ବାଧ୍ୟହୋଇ ଜୁନିଅର ଡାକ୍ତରଙ୍କ ପକ୍ଷରୁ ଦେଶର ମୁଖ୍ୟ ହିସାବରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଏସମ୍ପର୍କରେ ଚିଠି ଲେଖି ଅବଗତ କରାଇବା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ବିନମ୍ରତାର ସହ ଅନୁରୋଧ କରାଯାଉଛି। ଜୁନିଅର ଡାକ୍ତରଙ୍କ କହିବାନୁସାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦ୍ୱାରା ଭୟଙ୍କର ଅପରାଧର ଶିକାର ହୋଇଥିବା ଟ୍ରେନି ଡାକ୍ତରାଣୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ଜୁନିଅର ଡାକ୍ତର ତଥା ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସ୍ୱାସ୍ଥ୍ୟକର୍ମୀମାନେ ବିନା ଭୟ ଓ ଆଶଙ୍କାରେ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିପାରିବେ। ଜୁନିଅର ଡାକ୍ତରମାନେ ଏହି ୪ପୃଷ୍ଠାର ଚିଠିରେ ଆନ୍ଦୋଳନ ଆରମ୍ଭ ହେବା ଦିନ ଠାରୁ ରାଜ୍ୟରେ ବିପଦ, ହିଂସା ଓ ଭଙ୍ଗାରୁଜା ଆଦି ଘଟଣା ବଢ଼ିବାରେ ଲାଗିଛି। ଏପରି ଏକ କଠିନ ସମୟରେ ଦେଶର ମୁଖ୍ୟ ହିସାବରେ ହସ୍ତକ୍ଷେପ ସମସ୍ତଙ୍କ ପାଇଁ ଗୋଟିଏ ଆଶାର କିରଣ ସାଜିପାରିବ। ଚାରିଆଡୁ ଅନ୍ଧକାର ବଳୟରୁ ବାହାରିବା ପାଇଁ ଏହା ରାସ୍ତା ଦେଖାଇବ।
ପ୍ରକାଶ, ବେଙ୍ଗଲ ସରକାର ସେମାନଙ୍କୁ ଆଲୋଚନା ପାଇଁ ଡାକୁ ଥିଲେ ହେଁ ଆନ୍ଦୋଳନକାରୀ ଡାକ୍ତରମାନେ ଯାଉନାହାନ୍ତି। ଭୟ, ଅବିଶ୍ୱାସ ଓ ହତାଶର ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ବାଧ୍ୟ ହୋଇ ହସ୍ପିଟାଲରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ଗୁରୁବାର ଆଲୋଚନା ହୋଇନପାରିବାରୁ ମମତା ମଧ୍ୟ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି। ଏସବୁ ପରିସ୍ଥିତି ମଧ୍ୟରେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking