32.1 C
Bhubaneswar
Friday, March 6, 2026
Homeଦେଶ ବିଦେଶକୋଲକାତା ଲଜ୍ୟା : ନଜରକୁ ଆସିଲା ସିସିଟିଭି ଫୁଟେଜ୍‌ ଦୃଶ୍ୟ

କୋଲକାତା ଲଜ୍ୟା : ନଜରକୁ ଆସିଲା ସିସିଟିଭି ଫୁଟେଜ୍‌ ଦୃଶ୍ୟ

କୋଲକାତା : କୋଲକାତାର ଆରଜି କର ମେଡିକାଲ୍‌ ଓ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ଏବେ ତଦନ୍ତ ଜୋର୍‌ ଧରିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ତଦନ୍ତରେ ଏବେ ଏକ ସିସିଟିଭି ଫୁଟେଜ୍‌ ସାମିଲ୍‌ ହୋଇଛି। ସେହି ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ଅଭିଯୁକ୍ତ ଘଟଣା ଘଟିବା ଦିନ ରାତି ପ୍ରାୟ ୧.୦୩ ସମୟରେ ହସ୍ପିଟାଲ୍‌ ଭିତରେ ପ୍ରବେଶ କରୁଛନ୍ତି। ଫୁଟେଜ୍‌ରେ ଆହୁରି ବି ଦେଖିବାକୁ ମିଳିଛି ଯେ ସେ ହସ୍ପିଟାଲ୍‌ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କ ବେକରେ ଏକ ବ୍ଲୁଟୁଥ୍‌ ଇୟର୍‌ଫୋନ୍‌ ଝୁଲୁଥିଲା। ଆମେ ଜାଣନ୍ତି ଯେ ପୂର୍ବରୁ ପୁଲିସ୍‌ ଏହି ବ୍ଲୁଟୁଥ୍‌ ଇୟର୍‌ଫୋନ୍‌ ସଂପର୍କରେ ସୂଚନା ପ୍ରଦାନ କରିଥିଲା। ଅପରାଧ ଘଟିଥିବା ସ୍ଥାନରେ ପୁଲିସ୍‌ ତାହାକୁ ଉଦ୍ଧାର କରିଥିଲା। ପୁଲିସ୍‌ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଉକ୍ତ ସିସିଟିଭି ଫୁଟେଜ୍‌ ଦେଖାଇବା ପରେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି। ପୀଡ଼ିତାଙ୍କ ସହ ଅଘଟଣା ଘଟିବା ପରେ ସେ ହସ୍ପିଟାଲ୍‌କୁ ଫେରିଥିଲେ ବୋଲି ସ୍ପଷ୍ଟ ହୋଇଛି। ତଦନ୍ତରୁ ଆହୁରି ବି ଜାଣିବାକୁ ମିଳିଛି ଯେ ସଞ୍ଜୟ ରୀତିମତ ଭାବେ ଦେହଜୀବୀମାନଙ୍କ ନିକଟକୁ ଯାଆନ୍ତି। ସେ ନିକଟରେ ଅଗଷ୍ଟ ୮ ତାରିଖ ରାତିରେ ରେଡ୍‌ ଲାଇଟ୍‌ ଅଞ୍ଚଳ ସୋନାଗଛିକୁ ଯାଇଥିଲେ। ସେଠାରେ ମଦ୍ୟପାନ କରିବା ସହ ଜଣକ ପରେ ଜଣେ କରି ସେ ଦୁଇ ଦେହଜୀବୀଙ୍କ ସହ ସମୟ ବତାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking