29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶକୋଲକାତା ଲଜ୍ୟା : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ

କୋଲକାତା ଲଜ୍ୟା : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ

ନୂଆଦିଲ୍ଲୀ : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ । ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋ‌ଷଙ୍କୁ ଗତକାଲି ସିବିଆଇ ଗିରଫ କରିବାପରେ ଆଜି ତାଙ୍କୁ ସମସ୍ତ ପଦବୀରୁ ନିଲମ୍ବନ କରାଯାଇଛି। ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ଘୋଷଙ୍କୁ ତାଙ୍କ ପଦବୀରୁ ଔପଚାରିକ ଭାବେ ନିଲମ୍ବନ କରିଥିବାବେଳେ ପଶ୍ଚିମବଙ୍ଗ ମେଡିକାଲ ପରିଷଦ ମଧ୍ୟ ଘୋଷଙ୍କୁ ଏହାର ରେଜିଷ୍ଟର୍‌ରୁ ନିଲମ୍ବନ କରିଛି। ଅନ୍ୟପ‌କ୍ଷେ ଏହି ମାମଲାରେ ସିବିଆଇ ଆଜି ଘୋଷଙ୍କୁ ୮ ଦିନ ପାଇଁ ହାଜତକୁ ନେଇଛି। ଦୁର୍ନୀତି ମାମଲାରେ ସିବିଆଇ ଘୋଷ ଏବଂ ଅନ୍ୟ ୩ ଜଣ ତଥା ବିପ୍ଳବ ସିଂଘ, ସୁମନ ହାଜରା ଏବଂ ଅଫସାର ଅଲି ଖାନ୍‌ଙ୍କୁ ଗିରଫ କରିଛି। କୋଲକାତାରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟରେ ଆଜି ସମସ୍ତ ୪ ଜଣଙ୍କୁ ହାଜର କରାଯାଇଥିଲା। କୋର୍ଟ ଘୋଷଙ୍କ ସମେତ ସମସ୍ତ ୪ ଜଣଙ୍କୁ ୮ ଦିନିଆ ସିବିଆଇ ହାଜତ ପଠାଇ ଦେଇଛନ୍ତି। ୪ ଅଭିଯୁକ୍ତ ପୁଣିଥରେ ସେପ୍ଟେମ୍ବର ୧୦ ତାରିଖରେ କୋର୍ଟରେ ହାଜର ହେବେ। ମିଳିଥିବା ସୂଚନାନୁଯାୟୀ ସିବିଆଇ ସମସ୍ତ ଅଭିଯୁକ୍ତଙ୍କୁ ୧୦ ଦିନ ହାଜତକୁ ନେବାପାଇଁ ଅନୁରୋଧ କରିଥିଲା କିନ୍ତୁ କୋର୍ଟ କେବଳ ୮ ଦିନ ପାଇଁ ସମୟ ଦେଇଥିଲେ। ଅନ୍ୟପକ୍ଷେ ମାମଲାରେ ଜଣେ ଅଭିଯୁକ୍ତ ଆଜି ଜାମିନ ପାଇଁ ଆବେଦନ କରିଥିବାବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking