କଟକ : ବାରବାଟୀ ଦିନିକିଆ ମ୍ୟାଚରେ ଟସ ଜିତିଲା ଇଂଲଣ୍ଡ । ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଭାରତ । ଇଂଲଣ୍ଡ ଟିମରେ ତିନିଟି ପରିବର୍ତ୍ତନ ରହିଛି । ଚୁଡାନ୍ତ ଏକାଦଶକୁ ଫେରିଛନ୍ତି ବିରାଟ କୋହଲି । ଦିନିକିଆରେ ଡେବ୍ୟୁ କଲେ ବରୁଣ ଚକ୍ରବର୍ତ୍ତୀ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ରହିଛି । ପ୍ରଥମ ମ୍ୟାଚ ଜିତି ୧-୦ ରେ ଆଗୁଆ ଅଛି ଭାରତ । କୁଲଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି । ଜୟସ୍ୱାଲଙ୍କ ସ୍ଥାନରେ କୋହଲି ସାମିଲ ହେବେ ା










