17.1 C
Bhubaneswar
Tuesday, December 16, 2025
Homeଖେଳରଣଜୀ ଟ୍ରଫି ଖେଳିପାରନ୍ତି କୋହଲି ଓ ପନ୍ତ୍‌

ରଣଜୀ ଟ୍ରଫି ଖେଳିପାରନ୍ତି କୋହଲି ଓ ପନ୍ତ୍‌

ନୂଆଦିଲ୍ଲୀ:  ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏବଂ ୱିକେଟ୍‌କିପର୍ ଋଷଭ ପନ୍ତ୍ ରଣ୍‌ଜୀ ଟ୍ରଫି ୨୦୨୪-୨୫ ସିଜନ୍‌ର କେତେକ ମ୍ୟାଚ୍‌ରେ ଖେଳିପାରନ୍ତି । ୨୦୧୯ ପରେ ଏହି ଦୁଇ ଖେଳାଳିଙ୍କୁ ଦିଲ୍ଲୀର ସମ୍ଭାବିତ ସୂଚୀରେ ସାମିଲ କରାଯାଇଛି । ଫାଷ୍ଟ ବୋଲର୍ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ । ବୁଧବାର ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ୮୪ ଖେଳାଳିଙ୍କୁ ସୂଚୀ ଜାରି କରିଛି ।
ବିରାଟ କୋହଲି ଶେଷଥର ପାଇଁ ୨୦୧୨-୧୩ ସିଜନ୍‌ରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ । ସେହିପରି ଋଷଭ ପନ୍ତ୍ ୨୦୧୫ରେ ଅନ୍ତିମ ମ୍ୟାଚ୍ ଖେଳିଥିଲେ । ରଣଜୀ ଟ୍ରଫିର ଚଳିତ ସିଜନ୍ ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ । ଦିଲ୍ଲୀର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ ବିପକ୍ଷରେ କେଳାଯିବ । ତେବେ ମ୍ୟାଚ୍‌ର ଭେନ୍ୟୁ ସ୍ଥିର ହୋଇନାହିଁ ।
ଟିମ୍ ଇଣ୍ଡିଆ ଆସନ୍ତା ମାସରେ ବାଂଲାଦେଶ ବିପକ୍ଷରେ ତିନି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୧୬ରୁ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଏହା ମଧ୍ୟରେ ଅକ୍ଟୋବର ୧୧ରୁ ଦିଲ୍ଲୀର ରଣଜୀ ମ୍ୟାଚ୍ ହେବାକୁ ଥିବାରୁ କୋହଲି ଓ ପନ୍ତ୍ ଏଥିରେ ଖେଳିପାରନ୍ତି । କାରଣ ଟି-୨୦ରୁ କୋହଲି ସନ୍ନ୍ୟାସ ନେଇ ସାରିଥିବା ବେଳେ ପନ୍ତ୍‌ଙ୍କୁ ଟି-୨୦ ସିରିଜ୍‌ରେ ବିଶ୍ରାମ ଦିଆଯାଇପାରେ । ଘରୋଇ କ୍ରିକେଟ୍‌ରେ ବିରାଟ କୋହଲି ୩୯ ହଜାରରୁ ଊର୍ଦ୍ଧ୍ୱ ରନ୍ କରିସାରିଥିବା ବେଳେ ଋଷଭ ପନ୍ତ୍‌ଙ୍କ ନାମରେ ୧୦ ହଜାରରୁ ଅଧିକ ରନ୍ ରହିଛି ।
ଦିଲ୍ଲୀର ସମ୍ଭାବିତ ସୂଚୀରେ ବରିଷ୍ଠ ଫାଷ୍ଟ୍ ବୋଲର୍ ଈଶାନ୍ତ ଶର୍ମାଙ୍କୁ ସାମିଲ କରାଯାଇ ନାହିଁ । ସୂଚୀରେ କୋହଲି ଓ ପନ୍ତ୍‌ଙ୍କ ବ୍ୟତୀତ ନବଦୀପ ସାଇନି, ଆୟୁଷ ବଡୋନୀ, ଅନୁଜ ରାୱତ ଏବଂ ୟଶ ଧୁଲ୍‌ଙ୍କ ପରି ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking