29.1 C
Bhubaneswar
Sunday, May 4, 2025
Homeଦେଶ ବିଦେଶରାତ୍ରୀ ଭୋଜନରେ ଭାତ ଖାଇବା ଉଚିତ୍ ନୁହେଁ କାହିଁକି ଜାଣନ୍ତୁ

ରାତ୍ରୀ ଭୋଜନରେ ଭାତ ଖାଇବା ଉଚିତ୍ ନୁହେଁ କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ଭାତ ଖିଆଯାଏ । ଅନେକ ଲୋକ ରାତ୍ରୀ ଭୋଜନରେ ମଧ୍ୟ ଭାତ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ରାତିରେ ଭାତ ଖାଇବା ଆପଣଙ୍କ ପାଇଁ ଏକ ସୁସ୍ଥ ବିକଳ୍ପ ପ୍ରମାଣିତ ହୁଏ ନାହିଁ । ଭାତ ଆପଣଙ୍କୁ ଶକ୍ତି ଏବଂ ପୋଷକ ତତ୍ତ୍ୱ  ଯୋଗାଇଥାଏ କିନ୍ତୁ ରାତିରେ ରାତ୍ରୀ ଭୋଜନରେ ଏହାକୁ ଖାଇବା ଦ୍ୱାରା ଅନେକ ସମସ୍ୟା ହୋଇପାରେ । ତେବେ ଆସନ୍ତୁ ଜାଣିବା ରାତ୍ରୀ ଭୋଜନ ସମୟରେ କାହିଁକି ଭାତ ଖାଇବା ଉଚିତ୍ ନୁହେଁ । ଭାତରେ ଭରପୁର କାର୍ବୋହାଇଡ୍ରେଟ୍ ଥାଏ, ଯାହା ଶରୀରକୁ ଶକ୍ତି ପ୍ରଦାନ କରେ । ତଥାପି, ରାତିରେ ଶାରୀରିକ କାର୍ଯ୍ୟକଳାପ କମ୍ ଥିବା ସମୟରେ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ୟାଲୋରି ଚର୍ବି ଭାବରେ ଜମା ହେଇପାରେ । ଶୋଇବା ସମୟରେ ଶରୀରର ମେଟାବୋଲିଜିମ୍ ଧୀର ହୋଇଯାଏ, ଯାହା ଫଳରେ ଭାତରୁ ଅତିରିକ୍ତ କ୍ୟାଲୋରି ନଷ୍ଟ କରିବା କଷ୍ଟକର ହୋଇଯାଏ । ଏହା ଦ୍ୱାରା ସମୟ ସହିତ ଓଜନ ବୃଦ୍ଧ ହୋଇପାରେ । ଧଳା ଚାଉଳରେ ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ । ତେଣୁ ଏହା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବୃଦ୍ଧି କରେ । ଏହା ଟାଇପ୍ ୨ ମଧୁମେହ ଏବଂ ମେଟାବୋଲିକ ସମସ୍ୟାର ଆଶଙ୍କା ବଢାଇପାରେ ।

ରାତିରେ ଭାତ ଖାଇବା ପରେ ଅନେକ ଲୋକ ପେଟ ଫୁଲିବା ଏବଂ ପାଚନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଭାତରେ ସରଳ କାର୍ବୋହାଇଡ୍ରେଟ୍ ଥାଏ, ଯାହା ହଜମ ପ୍ରକ୍ରିୟାକୁ ଧୀର କରିପାରେ, ବିଶେଷକରି ଯଦି ରାତ୍ରୀ ଭୋଜନ ସହିତ ଖିଆଯାଏ । ରାତ୍ରୀ ଭୋଜନରେ ଭାତ ଖାଇବା ଦ୍ୱାରା ଏସିଡିଟି, ଗ୍ୟାସ୍ ହୋଇପାରେ । ଭାତରେ ଟ୍ରିପ୍ଟୋଫାନ ନାମକ ଏକ ଆମିନୋ ଏସିଡ ଥାଏ ଯାହା ଆପଣଙ୍କୁ ଆରାମ କରିବାରେ ସାହାଯ୍ୟ କରେ । କିନ୍ତୁ ରାତିରେ ଭାତ ଖାଇବାଦ୍ୱାରା ଆପଣ ସକାଳେ ଫ୍ରେସ୍ ଅନୁଭବ କରପାରିବେ ନାହିଁ । ଯାଦା ଫଳରେ ଆପଣ ଦିନସାରା ଆଳସ୍ୟ ଅନୁଭବ କରିବେ । ରାତିରେ ନିୟମିତ ଭାତ ଖାଇବା ଦ୍ୱାରା ପେଟରେ ଚର୍ବି ବୃଦ୍ଧି ପାଇପାରେ । ଧଳା ଚାଉଳ ଏକ ପରିଷ୍କୃତ କାର୍ବୋହାଇଡ୍ରେଟ୍‌, ଯେଉଁଥିରେ ଫାଇବରର ଅଭାବ ଦେଖାଦିଏ । ଏହାର ଅଧିକ ବ୍ୟବହାର ପେଟ ଚାରିପାଖରେ ଚର୍ବି ଜମାକୁ ବୃଦ୍ଧି କରେ । ଏପରି ପରିସ୍ଥିତିରେ, ଭାତ ବଦଳରେ ରୋଟି ଖାଇବା ଗୁରୁତ୍ୱପୂର୍ଣ୍ଣ । କ୍ୱିନୋଆ, ବାଜରା, ପନିପରିବା ଏବଂ ଡାଲି ସାମିଲ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking