ଭୁବନେଶ୍ୱର : ମୁହଁରେ ବ୍ରଣ ବାହାରିବା ଏକ ସ୍ୱାଭାବିକ । ଏହା ପ୍ରାୟତଃ ହରମୋନ ଅସନ୍ତୁଳନ ପାଇଁ ହୋଇଥାଏ । ଯେତେବେଳେ ଶରୀରରେ କୌଣସି ପ୍ରକାରେ ହରମୋନର ପରିମାଣ ବଢିଗଲେ ଏହା ମୁହଁରେ ବାହାରିଥାଏ । ଯେତେବେଳେ ଅଧିକ ପରିମାଣରେ ତେଲ ଜାତୀୟ ଖାଦ୍ୟ ଖାଉଥାଉ ସେତେବେଳେ ମୁହଁରେ ଅଧିକ ବ୍ରଣ ଦେଖାଦିଏ । ମୁହଁରେ ଚର୍ମ ଫୁଲି ଚର୍ମ ଲାଲ ପଡିଯାଏ । ବ୍ରଣ ପାଇଁ ଘରୋଇ ଉପଚାର କରନ୍ତୁ ନାହିଁ । ଏହା ବେଳେବେଳେ ସଂକ୍ରମଣର କାରଣ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରିବା ଉଚିତ ।