ନୂଆଦିଲ୍ଲୀ: ଆଜି ଅର୍ଥାତ ୧୮ ଅକ୍ଟୋବର ୨୦୨୫ରେ ସାରା ଦେଶରେ ଧନତେରସ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଧନତେରସରେ ସୁନା, ରୂପା ଏବଂ ଅନ୍ୟାନ୍ୟ ଜିନିଷ କିଣାଯାଏ । ଏହି ଦିନ ଭଗବାନ ଧନ୍ୱନ୍ତରୀ ଏବଂ ଦେବୀ ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଏ । ଏହା ବ୍ୟତୀତ ଧନତେରସ ଦିନ ଭୁଲରେ ମଧ୍ୟ ଏହି ୫ଟି କାମ କରିବା ଉଚିତ ନୁହେଁ । ଧନତେରସ ଦିନ କୌଣସି ପ୍ରକାରର ଲୁହା ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ । ଧନତେରାସ ଦିନ ଭଗବାନ ଧନନ୍ତ୍ୱରୀଙ୍କୁ ପୂଜା କରାଯାଏ । ଧନତେରସ ଅବସରରେ ଶ୍ରୀ କୁବେର ଯନ୍ତ୍ର ମଧ୍ୟ ବିଶେଷ ଭାବେ ପୂଜା କରାଯାଏ । ଧନତେରସ ଦିନ କଳା ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହା ବ୍ୟତୀତ ଧନତେରସ ସନ୍ଧ୍ୟାରେ ଘରର ଦକ୍ଷିଣ ଦିଗରେ ନିଶ୍ଚିତ ଭାବେ ଦୀପ ଜଳାନ୍ତୁ ।










