ପ୍ରୟାଗରାଜ : କୋଟି କୋଟି ଲୋକଙ୍କର ପ୍ରୟାଗରାଜ ମହାକୁମ୍ଭରେ ଭିଡ ଦେଖିବାକୁ ମିଳୁଛି । ଏଠାରେ ତିନୋଟି ପବିତ୍ର ନଦୀ ଗଙ୍ଗା , ଯମୁନା , ସରସ୍ୱତୀଙ୍କ ମିଳନ ହୋଇଛି । ହେଲେ ସବୁଠୁ ବଡ କଥା ଯେ ଏହି ସହର କେତୋଟି ଖାଦ୍ୟ ପାଇଁ ବିଶେଷ ପ୍ରସିଦ୍ଧ ।
ସୈନିକ ସମୋସା – ଆଳୁରେ ଭରପୂର ଗରମ ଗମ ସିଙ୍ଗଡା ତାସହ ମସଲାରେ ଭରା ଛୋଲେ ଆପଣଙ୍କୁ ସେଠି ମିଳିବ । ଯାହାକୁ ଆପଣ ଭାଙ୍ଗି ଭାଙ୍ଗି ଛୋଲେ ସହ ମଜା ନେଇପାରିବେ । ଖାଲି ସେତିକି ନୁହେଁ ଏଥିସହ ଦହି, ଖଟାପାଣି, ପିଆଜ, ଧନିଆ ପତ୍ର ବି ଦିଆଯିବ । ଏଥିପାଇଁ ଲୋକଙ୍କ ଭିଡ ଜମିଥାଏ ।
ରାଜାରାମ ଲସି -ପ୍ରୟାଗରାଜର ଏହି ରାଜାରାମ ଲସି ସେଠାକାର ପ୍ରସିଦ୍ଧ । ଶୀତ ହେଉ କି ଖରା ସବୁଦିନ ଏହି ଲସିର ଚାହିଦା ରହିଛି । ପୂରା ଲହୁଣୀ ମରା ଲସି ଖାଇବାକୁ ଲୋକଙ୍କ ଭିଡ ଲାଗେ । ଖାଲି ଲସି ନୁହେଁ ବିଭିନ୍ନ ପ୍ରକାଶ ମିଠା ବି ସେଠି ମିଳେ ।
ମସଲା ମୁଢି- ଆମେ ଓଡିଆ ତ ମୁଢି ପ୍ରିୟ କିନ୍ତୁ ପ୍ରୟାଗରାଜରେ ଯେକୌଣସି ଷ୍ଟଲରେ ମିଳିଯିବ । ମୁଗ, ଚଣା ସହ ମସଲାର ଏ ମୁଢି କାଳେ ସେଠି ଅନେକ ଲୋକଙ୍କୁ ପସନ୍ଦ ।
ଗୁଲାପ ଜାମ -ହୀରା ହଲୱାଇର ଗୁଲାପ ଜାମୁନ ସେଠି ଭାରି ପ୍ରସିଦ୍ଧ । ଏହି ଦୋକାନରେ ନରମ ଏବଂ ଗରମ ଗୁଲାପ ଜାମ ମିଳେ ଯାହାକୁ ଖାଇବାକୁ ଲୋକଙ୍କ ଗହଳି ଲାଗେ । ତେଣୁ ଯଦି ଆପଣ ପ୍ରୟାଗରାଜ ଯାଉଛନ୍ତି ତାହାଲେ ଏସବୁ ଖାଦ୍ୟ ନିହାତି ଖାଆନ୍ତୁ ।