ବିହାର: ମହାକୁମ୍ଭ ମେଳାରୁ ଫେରୁଥିବା ୫ ଜଣ ନେପାଳ ନାଗରିକଙ୍କ ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାରେ ଏକ ଡିଭାଇଡରକୁ ଧକ୍କା ହୋଇ କାରରେ ମୃତ୍ୟୁବରଣ ଘଟିଛି । ଯେତେବେଳେ ଦ୍ରୁତ ଗତିରେ ଆସୁଥିବା ଏସୟୁଭିଟି ଷ୍ଟଣ୍ଟ କରୁଥିବା ଜଣେ ବାଇକ ଚାଳକଙ୍କୁ ଧକ୍କା ଦେବାରୁ ରକ୍ଷା ପାଇବାକୁ ଚେଷ୍ଟା କରିଥିଲା, ସେହି ସମୟରେ ଭାରସାମ୍ୟ ହରାଇ କାରଟି ଡିଭାଇଡରକୁ ଧକ୍କା ହୋଇଥିଲା । ମଧୁବନୀ ଚାରି ଲେନ୍ ବାଇପାସରେ ଏହି ଘଟଣା ଘଟିଥିଲା । ଏସୟୁଭିଟି ଏତେ ଜୋରରେ ଧକ୍କା ହେଲା ଯେ ପାଞ୍ଚ ଥର ଓଲଟି ପଡ଼ିଥିଲା । କାରଟି ଓଲଟିବା ମାତ୍ରେ ଏହାର ଗୋଟିଏ ଟାୟାର ଭାଙ୍ଗି ଗାଡ଼ି ଭିତରକୁ ପଶିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଖବର ଅନୁଯାୟୀ, କାରରେ ନଅ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ଅର୍ଚ୍ଚନା ଠାକୁର, ଇନ୍ଦୁ ଦେବୀ, ମନ୍ତର୍ଣୀ ଦେବୀ, ବାଲ କୃଷ୍ଣ ଝା ଏବଂ ଡ୍ରାଇଭର ବୋଲି ଚିହ୍ନଟ କରାଯାଇଛି । ଆହତମାନେ ହେଲେ ମନୋହର ଠାକୁର, ସୃଷ୍ଟି ଠାକୁର, କାମନୀ ଝା ଏବଂ ଦେବତାରଣ ଦେବୀ । ସେମାନେ ସମସ୍ତେ ନେପାଳର ନାଗରିକ ଅଟନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିବା ଅନୁସାରେ କିଛି ପିଲା ବାଇକରେ ଷ୍ଟଣ୍ଟ ଅଭ୍ୟାସ କରୁଥିବା ବେଳେ କାରଟି ସ୍ପୀଡ଼ରେ ଆସି ବାଇକକୁ ଧକ୍କା ଦେଇଥାନ୍ତା କିନ୍ତୁ ତାକୁ ଏଡ଼ାଇବା ପାଇଁ ଯାଇ ଡ୍ରାଇଭର ଚକ ବୁଲାଇ ଡିଭାଇଡର୍ରେ ଧକ୍କା ଦେଇଥିଲା । କାରଟି ଓଲଟି ପଡ଼ିବା ମାତ୍ରେ ବାଇକ୍ ଆରୋହୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପୁଲିସ କହିବା ଅନୁସାରେ, ଗାଡିର ଏୟାରବ୍ୟାଗ ଖୋଲି ନଥିଲା, ଯାହା ଫଳରେ ପୀଡିତ ଏବଂ କାରର ଅଧିକ କ୍ଷତି ହୋଇଥିଲା । “ଘଟଣାସ୍ଥଳରେ ପାଞ୍ଚ ଜଣ ପ୍ରାଣ ହରାଇଛନ୍ତି ଏବଂ ଆମେ ଗାଡ଼ିରୁ ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରିଛୁ । ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଗାଡ଼ିରୁ ବାହାର କରିବାରେ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଶ୍ରୀକୃଷ୍ଣ ମେମୋରିଆଲ୍ ମେଡିକାଲ୍ କଲେଜକୁ ନିଆଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆମେ ଦୁର୍ଘଟଣା ବିଷୟରେ ନେପାଳ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ଏବଂ ପୀଡିତଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରିବାକୁ ମଧ୍ୟ ଚେଷ୍ଟା କରୁଛୁ,” ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।