ଭୁବନେଶ୍ୱର : ଉଷୁମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୁଏ । ଓଜନ ହ୍ରାସ କରିବା , ପାଚନ ଶକ୍ତି ଉନ୍ନତ କରିବା , ଶରୀରରୁ ମଇଳା ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସକାଳେ ଉଷୁମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ହାଡ ମଜଭୁତ ରୁହେ । ଏହା ସହିତ ତ୍ୱଚାର ପ୍ରାକୃତିକ ଚମକ ଆସେ । ଚର୍ମର ଆଦ୍ରତା ବଜାୟ ରଖିବାରେ ସାହାଯ୍ୟ କରେ । ଗଳା ସମସ୍ୟା ଥିଲେ ଘିଅ ଏବଂ ଉଷୁମ ପାଣି ପିଇପାରିବେ । ଘିଅ , ଉଷୁମ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଶରୀରରେ ମେଟାବୋଲିଜିମ ବୃଦ୍ଧି କରେ । ସୁଗର ଲେବଲକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗ ହେବାର ଆଶଙ୍କା କମ ଥାଏ । ଘିଅ ସେବନ କରିବା ଦ୍ୱାରା ମସ୍ତିଷ୍କ ଭଲ କାମ କରେ । ସ୍ମରଣ ଶକ୍ତି ବୃଦ୍ଧି ପାଏ ।