ଭୁବନେଶ୍ୱର: ପାନମହୁରୀ ଏବଂ ଗୁଡକୁ ଏକାଠି ଖାଇବା ଦ୍ୱାରା ପାଚନଶକ୍ତି ମଜଭୁତ ହୁଏ । ଖାଇବା ପରେ ଏହା ଗ୍ୟାସ ଏବଂ ଏସିଡିଟିରୁ ମୁକ୍ତି ଦିଏ । ପାଟିରୁ ଦୁର୍ଗନ୍ଧ ଦୂର ହୁଏ ଏବଂ ଜଣେ ସତେଜ ଅନୁଭବ କରେ । ଏହା ଶରୀରକୁ ବିଷମୁକ୍ତ କରେ । ଏବଂ ରକ୍ତକୁ ଶୁଦ୍ଧ କରେ । ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦିଏ । ଏହା ଓଜନ ନିୟନ୍ତ୍ରଣ ଏବଂ ମେଟାବୋଲିଜିମ ବୃଦ୍ଧି କରିବାରେ ସାହାଯ୍ୟ କରେ । ପାନମହୁରୀ ଏବଂ ଗୁଡ ଏକାଠି ଖାଇବା ଦ୍ୱାରା ଭଲ ନିଦ ହୁଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରିଥାଏ ।










