15.1 C
Bhubaneswar
Friday, December 12, 2025
Homeଓଡିଶାବର୍ଷା ଋତୁରେ ମକା ଖାଇବାର ଲାଭ ଜାଣନ୍ତୁ..  

ବର୍ଷା ଋତୁରେ ମକା ଖାଇବାର ଲାଭ ଜାଣନ୍ତୁ..  

ଭୁବନେଶ୍ୱର: ବର୍ଷା ଋତୁରେ  ସ୍ୱାସ୍ଥ୍ୟର ଯତ୍ନ  ନେବା ଆବଶ୍ୟକ । ଏହି ଋତୁରେ  ଗରମ ମକା ଖାଇବାର ଏକ ଭିନ୍ନ ଆନନ୍ଦ ଅଛି । ମିଠା ମକା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ମିଠା ମକାରେ ଭିଟାମିନ ଏ, ବି, ଇ, ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ ।  ଏହା ବ୍ୟତୀତ ଏଥିରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ମିଠା ମକାରେ  ଭିଟାମିନ ଏ ଏବଂ  ଭିଟାମିନ ବି ଭଲ ପରିମାଣରେ ମିଳିଥାଏ ।  ଯାହା ଶରୀରକୁ ଅନେକ ଲାଭ ଦେବାରେ ସହାୟକ ହୋଇଥାଏ । ମକାରେ ଫାଇବର ମିଳିଥାଏ, ଯାହା ଗ୍ୟାସ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି  ଦେବାରେ ସହାୟକ ହୋଇଥାଏ । ମକାରେ ଭିଟାମିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଖାଦ୍ୟରେ ମକାକୁ ସାମିଲ କରି  ଦୃଷ୍ଟିଶକ୍ତି ଉନ୍ନତ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking