ଭୁବନେଶ୍ୱର: ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ ହେଙ୍ଗୁ ଏକ ଅତ୍ୟାବଶ୍ୟକ ଔଷଧ ଭାବରେ ଜଣାଶୁଣା । ଏହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ । ବରଂ ଚମତ୍କାର ଲାଭ ମଧ୍ୟ ରହିଛି । ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ଶରୀରକୁ ଅନେକ ଚମତ୍କାର ଲାଭ ମିଳିଥାଏ । ଏହା ଏକ ପ୍ରାକୃତିକ ଉପଚାର ଯାହା ଅନେକ ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇବା ଦ୍ୱାରା ବଦହଜମି, ଗ୍ୟାସ , ପେଟରେ ଭାରୀପଣ ସମସ୍ୟାରୁ ମୁକ୍ତି ମିଳେ । ଏଭଳି ରୋଗରେ ଶିକାର ହେଉଥିବା ଲେକମାନେ ହେଙ୍ଗୁ ପାଣି ପିଇପାରିବେ । ଲଗାତାର ହିଚକି ଆସୁଥିଲେ, ଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଇପାରିବେ ।










