ଭୁବନେଶ୍ୱର: ଆମ୍ବକୁ ଫଳର ରାଜା କୁହାଯାଏ । ଆମ୍ବ ଖାଇବା ପାଇଁ ବିଶେଷ ପସନ୍ଦ କରିଥାନ୍ତି ଲୋକେ । କଣ ଆପଣ ଜାଣନ୍ତିକି , କେବଳ ଆମ୍ବ ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । ଆମ୍ବ ପତ୍ରରେ ଭିଟାମିନ ଏ, ସିଏବଂ ବି ପ୍ରଚୁର ପରିମାଣରେ ଥାଏ । ଏଥି ସହିତ ଆମ୍ବ ପତ୍ରରୁ ଆଣ୍ଟି ଆକ୍ସିଡାଣ୍ଟ ଏବଂ ଔଷଧୀୟ ଗୁଣ ମିଳିଥାଏ । ଯାହା ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
ଯଦିଓ ମଧୁମେହ ରୋଗୀଙ୍କୁ ଆମ୍ବ ଖାଇବା ମନା ତେବେ ଏବାର ପତ୍ର ସେମାନଙ୍କ ପାଇଁ ବିଶେଷ ଉପେଯାଗୀ ହୋଇଥାଏ । ଏଥିରେ ଆନ୍ଥୋଲାଇନାଇଡ ନାମକ ଟାନିନ ଥାଏ . ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିପାଇଁ ଆମ୍ବପତ୍ରକୁ ଶୁଖାଇ ପାଉଡର ତିଆରି କରି ଏହାକୁ ସେବନ କରନ୍ତୁ । ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆମ୍ବ ପତ୍ରକୁ ଗରମ ପାଣିରେ ପକାଇ ରାତିସାରା ଭିଜାଇ ରଖନ୍ତୁ । ପରଦିନ ସକାଳେ ଖାଲି ପେଟରେ ପିଅନ୍ତୁ । ଏହା ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦିଏ । ଆମ୍ବ ପତ୍ରରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଯାହା କେଶକୁ ସୁସ୍ଥ ରଖେ , କେଶ ଝଡିବାକୁ ରଖିଥାଏ । ଏଥିପାଇଁ ପାଣିକୁ ଫୁଟାଇ ଥଣ୍ଡା କରି କେଶକୁ ଭଲ ଭାବରେ ମାଲିସ କରନ୍ତୁ ।