ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ଏବଂ ଚର୍ମ ପ୍ରତି ସବୁଠାରୁ ଅଧିକ ଚିନ୍ତିତ ଥାଆନ୍ତି । କିନ୍ତୁ ଏହି ଋତୁରେ ଆଖିର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ । ବାହାରକୁ ଯିବା ପୂର୍ବରୁ ଆପଣଙ୍କ ମୁହଁ ଏବଂ ମୁଣ୍ଡକୁ ସ୍କାର୍ଫରେ ଘୋଡାନ୍ତୁ । ଏହା ବ୍ୟତୀତ ବାହାରକୁ ଯିବା ପୂର୍ବରୁ ସର୍ବଦା ସାଙ୍ଗରେ ଏକ ଛତା ରଖନ୍ତୁ । ଆପଣଙ୍କ ଆଖିକୁ ସୁରକ୍ଷା ଦେବା ପାଇଁ ୟୁଭି ସୁରକ୍ଷା ସହିତ ସନଗ୍ଲାସ୍ ପିନ୍ଧନ୍ତୁ । ଯଦି କିଛି ଜରିରୀ କାମ ନାହିଁ ତେବେ ଅପରାହ୍ନ ୧୨ଟା ରୁ ୪ଟା ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ । କେବଳ ସଫା ପାଣିରେ ଆଖି ଧୁଅନ୍ତୁ । ମଇଳା ପାଣି ଆଖି ସଂକ୍ରମଣର କାରଣ ହୋଇପାରେ । ବାରମ୍ବାର ଆଖିକୁ ସ୍ପର୍ଶ କରନ୍ତୁ ନାହିଁ, ଏହା ଆଖି ସମସ୍ୟା ସୃଷ୍ଟି କରିପାରେ । ସନସ୍କ୍ରିନ ବ୍ୟବହାର କରିବା ସମୟରେ, ଏହାକୁ ଆଖି ଚାରିପାଖରେ ସାବଧାନତାର ସହ ଲଗାନ୍ତୁ ।