15.1 C
Bhubaneswar
Saturday, December 6, 2025
Homeଓଡିଶାମୃତ୍ୟୁ ପରେ କେତେ ସମୟ ପର୍ଯ୍ୟନ୍ତ ଅଙ୍ଗଦାନ କରିପାରିବେ ଜାଣନ୍ତୁ

ମୃତ୍ୟୁ ପରେ କେତେ ସମୟ ପର୍ଯ୍ୟନ୍ତ ଅଙ୍ଗଦାନ କରିପାରିବେ ଜାଣନ୍ତୁ

ଭୁବନେଶ୍ୱର: ଅଙ୍ଗଦାନ ମହାଦାନ, ହେଲେ କଣ ଆପଣ ଜାଣନ୍ତି ମୃତ୍ୟୁ ପରେ କେତେ ସମୟ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଅଙ୍ଗଦାନ କରିପାରିବେ । ଯଦି ଜାଣିନାହାନ୍ତୁ, ତେବେ ଆସନ୍ତୁ ଜାଣିବା ଡାକ୍ତର କଣ କୁହନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଅଙ୍ଗଦାନର ସମୟ ଅତ୍ୟନ୍ତ ସମ୍ବେଦନଶୀଳ ଅଟେ । ମୃତ୍ୟୁ ପରେ ଅଙ୍ଗଦାନର ସମୟ ବ୍ୟକ୍ତି ମସ୍ତିଷ୍କ ସହ ଜଡିତ ସମସ୍ୟାରେ ମୃତ୍ୟୁ କିମ୍ବା ହୃଦଘାତ ଯୋଗୁଁ  ମୃତ୍ୟୁବରଣ କରିଛନ୍ତି ତାହା ଉପରେ ନିର୍ଭରେ କରେ । ମସ୍ତିଷ୍କ ସହ ଜଡିତ ସମସ୍ୟାରେ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କ ସବୁଦିନ ପାଇଁ କାମ କରିବା ବନ୍ଦ କରିଦିଏ କିନ୍ତୁ ଭେଣ୍ଟିଲେଟର ସାହାଯ୍ୟରେ ହୃଦୟ ସ୍ପନ୍ଦିତ ହୁଏ । ଏଭଳି ମୃତ୍ୟୁରେ ଅଙ୍ଗଗୁଡିକୁ ତୁରନ୍ତ କଢାଯାଇ ସୁରକ୍ଷିତ ଭାବରେ ପ୍ରତିରୋପଣ କରାଯାଇପାରିବ ।

ଅନ୍ୟପଟେ ଯଦି ହୃଦଘାତରେ ମୃତ୍ୟୁବରଣ କରିଥିଲେ କିଛି ମିନଟ୍‌ରୁ କିଛି ଘଣ୍ଟା ମଧ୍ୟରେ କିଛି ଅଙ୍ଗ କଢାଯାଇପାରିବ । ଉଦାହରଣ ସ୍ୱରୂପ, ୪-୬ ଘଣ୍ଟା ମଧ୍ୟରେ ହୃଦୟ ପ୍ରତିରୋପଣ କରିବା ଭଲ ବୋଲି ବିବେଚନା କରାଯାଏ ଏବଂ ୨୪ ଘଣ୍ଟା ମଧ୍ୟରେ ବୃକକ୍ ପ୍ରତିରୋପଣ କରିବା ଭଲ ବୋଲି ବିବେଚନା କରାଯାଏ । ତେଣୁ ମୃତ୍ୟୁ ପରେ ଅଙ୍ଗଦାନର ସମୟ ଅତ୍ୟନ୍ତ ସମ୍ବେଦନଶୀଳ । ଏଥିପାଇଁ ପ୍ରଶିକ୍ଷିତ ଡାକ୍ତରୀ ଦଳଙ୍କୁ ମୃତ୍ୟୁ ପରେ ତୁରନ୍ତ ସେମାନଙ୍କର ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ । ଅଙ୍ଗ ଦାନକୁ ମହାଦାନ କୁହାଯାଏ ଏବଂ ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ଅଙ୍ଗ କାହାକୁ ଜୀବନ ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking