ରାୟପୁର: କେକେବିଏନ ରାହୁଲ କମିଟି ମୁଖ୍ୟ ମମତାର ଆତ୍ମସମର୍ପଣ । ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କଲେ । ୧୨ ଜଣିଆ ଟିମ ସହ ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟମାନେ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ ଅଡିଓ ଟେପ ଦେଲେ । ମମତାକୁ ଧରାଇ ଦେବା ପାଇଁ ୩୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦଶ୍ରୁ ନିହତ ପରେ ମମତା କେକେବିଏନ ଡିଭିଜନର ମୁଖ୍ୟ ହୋଇଥିଲେ । କନ୍ଧମାଳ ଜିଲ୍ଲାରେ ସକ୍ରିୟ ଶୁକ୍ରୁ ଦାଦାଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଲେ । ୭୦୦୮୬୩୮୭୦୩ ନଂରେ ଯୋଗାଯୋଗ ପାଇଁ ଅଡିଓ ଟେପରେ ଅନୁରୋଧ କରାଯାଇଛି । ଶୁକ୍ରୁକୁ ଧରିବାକୁ ଜିଲ୍ଲା ପୋଲିସ , ଏସଓଜି ଟିମ କରଡା ଜଙ୍ଗଲକୁ ଘେରି ରହିଛନ୍ତି ।










