ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁକୁ ନେଇ ଏନଏଚଆରସିଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟିମ ଗଠନ କରି ତଦନ୍ତ ପାଇଁ ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିମରେ ଜଣେ ଏସଏସପି ରାଙ୍କ ଓ ଆଇନ ବିଭାଗର ଅଧିକାରୀ ରହିବେ । ତଦନ୍ତରେ ସହାୟତା ପାଇଁ ଆଇନ ବିଭାଗ ରେଜଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ଟିମ । ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।










