28.1 C
Bhubaneswar
Thursday, April 2, 2026
Homeଓଡିଶାପ୍ରତି ୧୫ ଦିନରେ ଥରେ କିଟ୍ ତର୍ଜମା:ମନ୍ତ୍ରୀ

ପ୍ରତି ୧୫ ଦିନରେ ଥରେ କିଟ୍ ତର୍ଜମା:ମନ୍ତ୍ରୀ

ଭୁବନେଶ୍ବର: କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି। ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାରେ ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି। ଏହା ସହ ସ୍ଥିତି ସ୍ବାଭାବିକ ପାଇଁ ଓ କ୍ଲାସ ସ୍ବାଭାବିକ ଭାବେ ପରିଚାଳନା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ୪ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ସେହି କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ। ଅତୀତରେ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ହୋଇଥିବା ଅଭାବନୀୟ ଘଟଣା ପାଇଁ କିଏ ଦାୟୀ, ଏହା ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କୁ ସଦସ୍ୟ ଭାବରେ ନିଆଯାଇ ଗତ ମାସ ୧୮ ତାରିଖରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking