18.1 C
Bhubaneswar
Friday, February 13, 2026
Homeଅପରାଧକିଟ ଛାତ୍ରୀ ମୃତ୍ୟୁ ଘଟଣା: ୫ ଗିରଫ, ତଦନ୍ତ ଜାରି

କିଟ ଛାତ୍ରୀ ମୃତ୍ୟୁ ଘଟଣା: ୫ ଗିରଫ, ତଦନ୍ତ ଜାରି

ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଘଟଣାରେ ମଙ୍ଗଳବାର ପୁଲିସ ବିଶ୍ୱବିଦ୍ୟାଳୟର ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଇନଫୋସିଟି ଥାନା ପୁଲିସ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିକରି ଉକ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷାରତ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଖୁବ ଶୀଘ୍ର ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଗତ କାଲି ଛାତ୍ରଛାତ୍ରୀ ମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବା ବେଳେ, ଅଭିଯୁକ୍ତ ମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ। ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ଟିକେ ବିଳମ୍ବ ହେବା ଦେଖି ଅଭିଯୁକ୍ତ ମାନେ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ଓ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ତୁରନ୍ତ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ। ଅଭିଯୁକ୍ତ ମାନେ ନିଜର ଅପରାଧ ସ୍ଵୀକାର କରିଥିବା ପୁଲିସ କହିଛି।

ଯେଉଁ ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ସେମାନେ ହେଉଛନ୍ତି –
୧. ରମାକାନ୍ତ ନାୟକ (୪୫) – ସୁରକ୍ଷାକର୍ମୀ
୨. ଯୋଗେନ୍ଦ୍ର ବେହେରା (୨୫) – ସୁରକ୍ଷାକର୍ମୀ
୩. ଶିବାନନ୍ଦ ମିଶ୍ର (୫୯) – ନିର୍ଦ୍ଦେଶକ
୪. ପ୍ରତାପ କୁମାର ଚମ୍ପତି (୫୧) – ନିର୍ଦ୍ଦେଶକ
୫. ସୁଧୀର କୁମାର ରଥ (୫୯) – ନିର୍ଦ୍ଦେଶକ

https://www.youtube.com/watch?v=Vlk_Kpin_So&t=7s

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking