22.1 C
Bhubaneswar
Friday, February 13, 2026
Homeଓଡିଶାକିଷାନ କଂଗ୍ରେସ ପକ୍ଷରୁ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କିଷାନ କଂଗ୍ରେସ ପକ୍ଷରୁ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କିଷାନ କଂଗ୍ରେସ ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ବଜାର ଛକଠାରେ ସାରା ରାଜ୍ୟରେ ମଣ୍ଡିର ଅବ୍ୟବସ୍ଥା, ଧାନ କିଣିବାରେ ହେରଫେର ଓ କଟ୍‌ନୀ ଛଟନୀ,ଏବେବି କୃଷକ ରାସ୍ତା ଉପରେ ଧାନବସ୍ତା ରଖି ପ୍ରତିବାଦ ଓ ପ୍ରତିରୋଧ କରି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। କିଷାନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି କି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ କୃଷକମାନଙ୍କ ସମସ୍ୟା ପ୍ରତି ଆଖି ବନ୍ଦ କରି ଦେଇଛି। ବର୍ତ୍ତମାନର ଆବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ଚାଷୀ ତାର ଉତ୍ପାଦିତ ଖାଦ୍ୟ ଶସ୍ୟକୁ ବିକ୍ରି କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ପ୍ରତିଶ୍ରୁତି ସତେ ଯେମିତି ଚାଷୀମାନଙ୍କ ପାଇଁ ଅଭିଶାପ ହେଉଛି। ଏହା ସମ୍ପୂର୍ଣ୍ଣ ରୂପେ ମନ୍ତ୍ରୀମାନଙ୍କର ଅପାରଗତାକୁ ନିର୍ଦ୍ଦେଶ କରୁଥିବା ସ୍ପଷ୍ଟ ସଂକେତ ମିଳୁଛି। ଏଣୁ ଏଭଳି ଅପରିଣାମଦର୍ଶୀ ମନ୍ତ୍ରୀମାନଙ୍କୁ ବହିଷ୍କାର କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଂଗ୍ରେସ ନେତାମାନେ ଶୋଭାଯାତ୍ରାରେ ଯାଇ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କିଷାନ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ବିମଳ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ସହଦେବ ବେହେରା, ସନତ ପ୍ରଧାନ, ବିନୋଦ ମାଝୀ, ରାକେଶ ମିଶ୍ର, ମାନିନୀ ପ୍ରଧାନ, ସଂଗ୍ରାମ ବେହେରା, ଭଜମନ ଦାସ, ଜଗନ୍ନାଥ ବେହେରା, ଅର୍ଜୁନ ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking