34.1 C
Bhubaneswar
Friday, September 20, 2024
Homeଖେଳଡୋପ୍ ଟେଷ୍ଟରେ କିରଣ ବାଲିୟାନ୍ ବିଫଳ

ଡୋପ୍ ଟେଷ୍ଟରେ କିରଣ ବାଲିୟାନ୍ ବିଫଳ

ନୂଆଦିଲ୍ଲୀ :  ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ପଦକ ବିଜେତା ଶଟ୍ ପୁଟ୍ ଖେଳାଳି କିରଣ ବାଲିୟାନ୍ ଡୋପ୍ ଟେଷ୍ଟରେ ପଜିଟିଭି ହେବା ପରେ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି । ଗତବର୍ଷ ଚୀନ୍‌ର ହାଙ୍ଗ୍‌ଝୋେଓରେ ଅନୁଷ୍ଠିତ ଏସିଆନ୍ ଗେମ୍ସର ମହିଳା ଶଟ୍ ପୁଟ୍‌ରେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତିଥିବା କିରଣ ବାଲିୟାନ୍‌ଙ୍କ ନମୁନାରୁ ପ୍ରତିବନ୍ଧତି ପଦାର୍ଥ ମେଟାଣ୍ଡାଇନୋନ୍ ମିଳିଥିଲା । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଚାରିବର୍ଷ ପାଇଁ ବ୍ୟାନ୍ କରାଯାଇପାରେ । ଏହା ବ୍ୟତୀତ ୨୦୧୪ ଇଞ୍ଚିୟୋନ୍ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ହାମର ଥ୍ରୋୟର ମଞ୍ଜୁ ବାଳାଙ୍କ ନାମ ମଧ୍ୟ ନାଡାର ଏହି ନିଲମ୍ବନ ସୂଚୀରେ ସ୍ଥାନ ପାଇଛି । ସେ ଷ୍ଟେରାଇଡ୍ ଡାଇହାଇଡ୍ରୋକ୍ଲୋରୋମିଥାଇଲ୍ ଟେଷ୍ଟାଷ୍ଟେରୋନ୍ ଏବଂ ଲିଗାଣ୍ଡ୍ରୋଲ୍ (ଏସ୍‌ଏଆର୍‌ଏମ୍‌ଏସ୍ ଏଲ୍‌ଜିଡି-୪୦୩୩) ସେବନରେ ପଜିଟିଭ ହୋଇଛନ୍ତି । ସେହିପରି ଚଳିତ ବର୍ଷ ଫେଡେରେସନ୍ କପ୍ ରୌପ୍ୟ ପଦକ ଜିତିଥିବା ଶାଳିନୀ ଚୌଧୁରୀ ମଧ୍ୟ ମେଟାଣ୍ଡାଇନୋନ୍ ପଜିଟିଭ୍ ହୋଇଛନ୍ତି । ଡିଷ୍ଟାନ୍ସ ରନର୍ ଛବି ଯାଦବ ଏନାବୋଲିକ୍ ଏଣ୍ଡୋଜେନିକ୍ ଷ୍ଟେରାଇଡ୍ ଡ୍ରୋଷ୍ଟାନୋଲୋନ୍ ସେବନରେ ପଜିଟିଭ୍ ହୋଇଛନ୍ତି । ଜାଭେଲିନ୍ ଥ୍ରୋୟର୍ ଡିପି ମନୁ, କ୍ୱାର୍ଟର୍ ମାଇଲର୍ ଦୀପାଂଶୀ, ମିଡିଲ୍ ଡିଷ୍ଟାନ୍ସ ରନର୍ ପରଭେଜ୍ ଖାନ୍‌ଙ୍କ ପରି ଭାରତର ଶୀର୍ଷ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ମଧ୍ୟ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଛନ୍ତି । ତେବେ ଗତମାସରେ ନାଡାର ନିଲମ୍ବନ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବଜରଙ୍ଗ ପୁନିଆଙ୍କ ନାମ ନାଡା ଦ୍ୱାରା ପ୍ରକାଶିତ ତାଲିକାରେ ସ୍ଥାନ ପାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking