ଭୁବନେଶ୍ୱର: ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସାଂଗଠନିକ ନିର୍ୱାଚନ ପ୍ରକ୍ରିୟା ବେଳେ ରାଜାଙ୍କ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି । ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା । ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା , ଆଞ୍ଚଳିକ ସନ୍ତୁଳନକୁ ନେଇ ବଢୁ । ଏସସି , ଏସଟି , ମହିଳାଙ୍କୁ ସଂଖ୍ୟା ଅନୁପାତରେ ବିଜେଡିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନଦିଆଯାଉ । ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦକ୍ଷେପ ନିଆଯାଉ ।