24.1 C
Bhubaneswar
Tuesday, February 10, 2026
Homeଓଡିଶାକିସ୍‌ ଛାତ୍ର ମୃତ୍ୟୁ: କିମ୍ସ ମେଡିକାଲ୍‌ରେ ପୋଲିସ ଟିମ୍‌

କିସ୍‌ ଛାତ୍ର ମୃତ୍ୟୁ: କିମ୍ସ ମେଡିକାଲ୍‌ରେ ପୋଲିସ ଟିମ୍‌

ଭୁବନେଶ୍ୱର: କିସ୍‌ ଛାତ୍ର ହତ୍ୟା ଘଟଣାରେ ତଦନ୍ତ ପାଇଁ କିମ୍ସ ମେଡିକାଲ୍‌ରେ ପୋଲିସ ଟିମ୍‌। କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ମେଡିକାଲ୍‌ ଆସିଥିଲେ ପଚରାଉଚରା କରୁଛି ପୋଲିସ। ଇନ୍‌ଫୋସିଟି ଆଇଆଇସିଙ୍କ ନେତୃତ୍ବରେ ପୋଲିସ ଟିମ୍‌ ପଚରାଉଚରା କରୁଛିଅନ୍ୟପଟେ, କିସ୍‌ ଛାତ୍ର ହତ୍ୟା ଘଟଣାରେ ନ୍ୟାୟ ମାଗିଲେ ପରିବାର ଓ ସମ୍ପର୍କୀୟ। ଝାଡ଼ା ହେଉଛି ଡାକି ମୃତଦେହ ଧରାଇ ଦେଲେ କହିଲେ ମୃତକଙ୍କ ଅଜା। ମୃତକଙ୍କ ଅଜା କହିଛନ୍ତି ଯେ ୩୦ ହଜାର ଛୁଆ ରହୁଛନ୍ତି, କିପରି ଦାୟିତ୍ବ ଜ୍ଞାନ ରହିଲା ନାହିଁ। ଆଉ ଯେଉଁ ଛୁଆମାନେ ସେଠି ଅଛନ୍ତି, ସେମାନଙ୍କ ଭାଗ୍ୟ କଣ ହେବ। ମୋହନ ଭାଇ ସରକାର ଟିକେ ଏହି କଥା ବୁଝନ୍ତୁ। ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସମ୍ପର୍କୀୟ। ଆମ ପିଲାକୁ ହତ୍ୟା କରାଯାଇଛି, କୋଟିଏ ଟଙ୍କା କ୍ଷତିପୂରଣ ଦିଅନ୍ତୁ। ସେମାନେ ଧନୀ ଲୋକ, ଟଙ୍କା ଦେଇ ସବୁ ଚାପି ଦେଉଛନ୍ତି। ଆମେ ମୋହନ ସରକାର ଠାରୁ ନ୍ୟାୟ ପାଇବା ନେଇ ଆଶା ରଖିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking