ଭୁବନେଶ୍ୱର: କିସ ଛାତ୍ର ହତ୍ୟା ଘଟଣାକୁ ନେଇ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, କିମସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ କହିଲେ ଓଏସସିପିସିଆର ଅଧ୍ୟକ୍ଷା । ଚିକିତ୍ସା କଲେ, ମୃତଦେହ ହସ୍ତାନ୍ତର କଲେ, ପୋଷ୍ଟମର୍ଟମ କାହିଁକି କଲେନି । ଏହା ନିଶ୍ଚୟ ତଦନ୍ତ ସାପେକ୍ଷ । କିମସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ । କିସ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ଘଟଣା ଯେଭଳି ଆଗକୁ ନ ଘଟିବ ସେଥିପାଇଁ କିସ ସଜାଗ ରହୁ ।
କିଛି ସମୟ ପୂର୍ବରୁ ପ୍ରତିକ୍ରିୟା ରଖି ବବିତା ପାତ୍ର କହିଥିଲେ ପରିବେଶକୁ ଅନୁଧ୍ୟାନ କରିବୁ । ପିଲାଙ୍କ ପାଠପଢା, ଖାଦ୍ୟ ରହଣି ଆଦି ବ୍ୟବସ୍ଥା ଅନୁଧ୍ୟାନ କରିବୁ । ଛାତ୍ର ମୁତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ପୋଲିସକୁ ମାଗିଛୁ । କିସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପର୍ଟ ମାଗିଛୁ । ଅନ୍ୟପଟେ ଶିକ୍ଷା ଅନୁଷ୍ଠାନରଗୁଡିକର ଅବ୍ୟବସ୍ଥାକୁ ନେଇ ପୂର୍ବତନ ଏସସି/ ଏସଟି ମନ୍ତ୍ରୀ ପରମା ପୂଜାରୀ ଉଦବେଗ ପ୍ରକାଶ କରିଛନ୍ତି । ହତ୍ୟା ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କୁ ଦାୟୀ କଲେ ପରମା ପୂଜାରୀ । ଶିକ୍ଷାନୁଷ୍ଠାନରେ ପିଲାଙ୍କ ଜୀବନ ଚାଲିଯିବା ନିନ୍ଦନୀୟ ଘଟଣା ଅଟେ । ଏସସି/ ଏସଟି ପିଲାଙ୍କ ପ୍ରତି ହେଉଥିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାଦାୟକ ଅଟେ । ବିଭାଗୀୟ ମନ୍ତ୍ରୀ ଅଧିକାରୀ ତଦାରଖ କରିବା ଉଚିତ । ସୂଚନାଥାଉକି, କିଛି ଦିନ ତଳେ କିସରେ ପଢୁଥିବା ୯ ମ ଶ୍ରେଣୀ ଆଦିବାସୀ ଛାତ୍ରର ମୃତ୍ୟୁ ହୋଇଥିଲା ।










