28.1 C
Bhubaneswar
Sunday, September 8, 2024
Homeଅପରାଧମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା

ମୋବାଇଲ ପାଇଁ ଯୁବକଙ୍କୁ ହତ୍ୟା

ସମ୍ବଲପୁର: ମୋବାଇଲ ପାଇଁ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ମାଟି ତଳେ ପୋତିଦେଲେ ଦୁଇ ଅଭିଯୁକ୍ତ । ହତ୍ୟାକାଣ୍ଡର ୬ ଦିନ ପରେ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ କତରବଗା ଜଙ୍ଗଲରେ । ମୃତକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଫିରୋଜ । ମୋବାଇଲ ଟ୍ରାକିଂ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କତରବଗା ଗ୍ରାମର ବିରେଶ ବଢ଼େଇ ଓ ଜଣେ ନାବାଳକ । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସମ୍ବଲପୁର ସଦର ଏସଡିପିଓ ତୋଫାନ ବାଗଙ୍କ କହିଛନ୍ତି, ଶାସନ ଥାନାରେ ମହମ୍ମଦ ଫିରୋଜ ନାମକ ଜଣେ ଯୁବକଙ୍କ ନିଖୋଜ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ମୋବାଇଲ ଟ୍ରାକିଂ କରି ଫିରୋଜଙ୍କ ମୋବାଇଲ କ୍ରୟ କରିଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲା । ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଅଭିଯୁକ୍ତ ନାବାଳକ ଓ ବିରେଶକୁ ଗିରଫ କରିଥିଲା ପୋଲିସ ।

ଉଭୟ ଫିରୋଜକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ସେମାନଙ୍କ ନିକଟରୁ ମୃତ ଫିରୋଜଙ୍କ ମୋବାଇଲ ଓ ମୋପେଡକୁ ପୋଲିସ ଜବତ କରିଛି । ଅଭିଯୁକ୍ତ ଦ୍ୱୟ ଫିରୋଜଙ୍କୁ ବଡ଼ପାଟେନ ଜଙ୍ଗଲ ମଧ୍ୟରେ ହତ୍ୟା ପରେ ପୋତି ଦେଇଥିଲେ । ପଚାରଉଚରା ପରେ ଏହା ଜଣାପଡିବାରୁ ମୃତଦେହକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗତକାଲି ଉଦ୍ଧାର କରିଛି ପୋଲିସ । ଏହାକୁ ନେଇ କତରବଗା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରିଥିବା ବେଳେ ବିରେଶକୁ ଚୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking