ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାଲେଟ୍ରିକା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ରଜତ ରାଜହଂସ । ଗତକାଲି ସକାଳେ ରଜତ ଛକକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଗଣ୍ଡଗୋଳ ହୋଇଥିଲା। ରଜତ ବ୍ୟକ୍ତି ଜଣଙ୍କୁ ଏକ ଚାପୁଡ଼ା ମାରିଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫାର୍ମ ହାଉସକୁ ଟେକି ନେଇ ହତ୍ୟା କରିଥିଲେ। ପରେ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି।









