ସୁନ୍ଦରଗଡ: ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ନୃଶଂସ ସ୍ୱାମୀ । ଗୁରୁଣ୍ଡିଆ ଥାନା ପଙ୍କଡିହ ଗାଁରେ ଅଭାବନୀୟ ଘଟଣା ଘଟିଛି । ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଦେଲା । ଖବର ପାଇ ବ୍ରାହ୍ମଣୀ ନଦୀରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ଗୁରୁଣ୍ଡିଆ ଥାନାରେ ଅଭିଯୁକ୍ତ ସ୍ୱାମୀ ଆତ୍ମସମର୍ପଣ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










