21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଋଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ପୁଣି ଥରିଲା କିଭ୍: ୬ ମୃତ

ଋଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ ପୁଣି ଥରିଲା କିଭ୍: ୬ ମୃତ

କିଭ୍: ବୁଧବାର ରାତିରେ ରୁଷ ୟୁକ୍ରେନର ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଏକ ଘାତକ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଜଣେ ୬ ବର୍ଷର ଶିଶୁ ମଧ୍ୟ ସାମିଲ ଅଛି। ୟୁକ୍ରେନୀୟ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। କିଭ୍ ସହର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ଅତି କମରେ ୫୨ ଜଣ ଆହତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଇପାରେ। ତୈମୁର ତକାଚେଙ୍କୋ କହିଛନ୍ତି ଯେ ଆକ୍ରମଣରେ ଏକ ନଅ ମହଲା ବିଶିଷ୍ଟ ଆବାସିକ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ତାଙ୍କ ସରକାରୀ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି, “କ୍ଷେପଣାସ୍ତ୍ର ଆକ୍ରମଣ। ସିଧାସଳଖ ଏକ ଆବାସିକ କୋଠା ଉପରେ। ଲୋକମାନେ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ସମସ୍ତ ସେବା ଘଟଣାସ୍ଥଳକୁ ପହଞ୍ଚିଛି।”

ତକାଚେଙ୍କୋଙ୍କ ଅନୁଯାୟୀ, ଏହି ଆକ୍ରମଣରେ ରୁଷ କିଭରେ ଅତି କମରେ ୨୭ଟି ସ୍ଥାନକୁ ଟାର୍ଗେଟ କରିଛି, ଯେଉଁଥିରେ ସର୍ବାଧିକ କ୍ଷତି ସୋଲୋମିୟାନସ୍କି ଏବଂ ସ୍ୱିଆଟୋସିନସ୍କି ଜିଲ୍ଲାରେ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ଫଟୋରେ ଏକ ଆଂଶିକ କ୍ଷତିଗ୍ରସ୍ତ କୋଠାରୁ ଧୂଆଁ ବାହାରୁଥିବା ଏବଂ ଚାରିପାଖରେ ବିଛାଡ଼ି ହୋଇଥିବା ଦେଖାଯାଇଛି। ରୁଷ ୟୁକ୍ରେନ ଉପରେ ଏହି ଆକ୍ରମଣ ଏପରି ସମୟରେ କରିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଥିଲେ ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶାନ୍ତି ପ୍ରୟାସରେ ଅଗ୍ରଗତି ପାଇଁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆଉ ଏକ ସମୟ ଦେଉଛନ୍ତି। ଯଦି ସେ ପର୍ଯ୍ୟନ୍ତ ସେ ଯୁଦ୍ଧବିରତି ନିଷ୍ପତ୍ତି ନ ନିଅନ୍ତି, ତେବେ ଆମେରିକା କଠୋର କଟକଣା ଏବଂ ଶୁଳ୍କ ଲାଗୁ କରିବ। ପାଶ୍ଚାତ୍ୟ ନେତାମାନେ ପୁଟିନଙ୍କୁ ଆମେରିକା ନେତୃତ୍ୱାଧୀନ ଶାନ୍ତି ଆଲୋଚନାକୁ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ଯାହାଦ୍ୱାରା ସେ ୟୁକ୍ରେନର ଅଧିକ ଅଂଶ କବଜା କରିପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking