ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ଘର ବାହାରେ ଜଣେ ସାତ ବର୍ଷର ନାବାଳିକାକୁ ଅପହରଣ କରାଯାଇଛି ଚାରି ଘଣ୍ଟା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିଛି ।ପୋଲିସର ସୂଚନାନୁସାରେ, ଡିସେମ୍ବର ୨୨ ରେ ସକାଳ ୧୧.୪୦ ସମୟରେ ନାବାଳିକା ଜଣଙ୍କୁ ବାଇକ ଯୋଗେ ଦୁଇଜଣ ବ୍ୟକ୍ତି ତାଙ୍କ ଘର ବାହାରେ ଅପହରଣ କରି ନେଇଥିଲେ। ନାବାଳିକାଙ୍କ ବାପା ମଧ୍ୟ ଅପହରଣକାରୀଙ୍କଠାରୁ ଏକ କଲ ପାଇଥିଲେ, ପୋଲିସକୁ ଅବଗତ କରାଗଲେ କ୍ଷତି ହେବ ବୋଲି ଧମକ ଦେଇଥିଲେ ଅପହରଣକାରୀ ଜଣଙ୍କ । ସହରରେ ବ୍ୟବସାୟ କରୁଥିବା ଝିଅର ବାପାଙ୍କଠାରୁ ଅଭିଯୋଗ ପାଇବା ପରେ ଝିଅକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା ବୋଲି ପୋଲିସ କହିଛି।ବାଇ ଷୟିକ ଅନୁସନ୍ଧାନକୁ ଭିତ୍ତି କରି ଅଭିଯୁକ୍ତ ଅପହରଣକାରୀଙ୍କ ସ୍ଥାନ ପଶ୍ଚିମବଙ୍ଗ-ବିହାର ସୀମା ନିକଟରୁ ମିଳିଥିଲା ଯାହା ପରେ ବିହାରକୁ ଯାଉଥିବା ସମସ୍ତ ମାର୍ଗରେ ଯାଞ୍ଚ ଆରମ୍ଭ କରାଯାଇଥିଲା।ଇସଲାମପୁର ଏବଂ ରାଇଗଞ୍ଜ ପରି ନିକଟ ଜିଲ୍ଲାକୁ ମଧ୍ୟ ମାଲଦା ପୋଲିସ ସତର୍କ କରାଇ ଦେଇଛି। ଏହା ପରେ ପୋଲିସ ଫୋନର ପ୍ରକୃତ ସ୍ଥାନକୁ ଟ୍ରାକ୍ କରିବାରେ ସଫଳ ହୋଇଥିଲା ଏବଂ ସେମାନଙ୍କ ଉଦ୍ୟମକୁ ତୀବ୍ର କରିଥିଲା। ଅଭିଯୁକ୍ତ ଅପହରଣକାରୀ ଇରିଜ ଅହମ୍ମଦ ଏବଂ ରାଜୁ ମୁସ୍ତାଫା, ଉଭୟ ହରିଚନ୍ଦନପୁରର ବାସିନ୍ଦାଙ୍କୁ ଗିରଫ କରାଯାଇଥିଲା ଏବଂ ନାବାଳିକାକୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହି ଅପରେସନରେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ଏବଂ ଲାଇଭ କାର୍ଟ୍ରିଜ ମଧ୍ୟ ଜବତ କରିଛି। ଏହି ଘଟଣା ପରେ ବିଏନଏସ ର ସମ୍ପୃକ୍ତ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା ଏବଂ ଅଧିକ ତଦନ୍ତ ଚାଲିଛି ।










