ଭୁବନେଶ୍ୱର: ପିଲା ଚୋରି ପ୍ରସଙ୍ଗରେ ପୋଲିସ କମିସନରଙ୍କ ପ୍ରେସମିଟ୍ ହୋଇଛି । ସାଢେ ୯ ବର୍ଷର ପିଲାର ଅପହରଣ ହୋଇଥିଲା । ଟଙ୍କା ପାଇଁ ପିଲାର ଅପହରଣ ହୋଇଥିଲା । ନିରାକାରପୁରରୁ ପିଲାକୁ ଉଦ୍ଧାର କରାଯାଇଛି । ଖଲ୍ଲିକୋଟରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ମୋଟ ୭ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି । ନାବାଳକ ଜଣକ ବହୁତ ସାହାସୀ ଥିଲେ । ଅଭିଯୁକ୍ତ ଶୁଭ୍ରକାନ୍ତ ମହାପାତ୍ର ଗିରଫ ହୋଇଛି । ଅପହରଣ କରିଥିଲେ ୩ ଜଣ ଅଭିଯୁକ୍ତ । ନିରାକାରପୁରର ଏକ ବସ୍ତିରେ ପିଲାକୁ ରଖାଯାଇଥିଲା । ୬ ଘଣ୍ଟାର ଅପରେସନରେ ପିଲାକୁ ଠାବ କଲୁ । ଏଫ୍ଆଇଆର୍ ପୂର୍ବରୁ ଆମେ ଅପରେସନ କରିଛୁ । ପିଲା ଠାବ ହେବାପରେ ଏଫ୍ଆଇଆର୍ ହୋଇଛି । ଏନେଇ ପୋଲିସ କମିସନର ସୁରେଶ ସିଂହ ଦେବ ଦତ୍ତ ସୂଚନା ଦେଇଛନ୍ତି ।