ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର କରାଯାଇଛି । ବାଲେଶ୍ୱରରେ ପିଲା ଚୋରକୁ ପୋଲିସ କାବୁ କରିଛି । ଖନ୍ତାପଡା ଥାନା ବୋଇତା ଗାଁରୁ ଶିଶୁ ଉଦ୍ଧାର ହୋଇଛି । ଶିଶୁ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଅପହରଣ ହୋଇଥିଲା ଶିଶୁ । ଅପହରଣକାରୀଙ୍କ ପାଖରେ ପହଞ୍ଚିବା ପାଇଁ ପୋଲିସର ୫ଟି ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଯାଇଥିଲା । କୋଲକାତାର ଖଡ଼ଗପୁର, ହାୱଡା ସମେତ ରାଜ୍ୟର ବିଭିନ୍ନ ରେଳଷ୍ଟେସନକୁ ସିସିଟିଭି ଫୁଟେଜ୍ ପଠାଯାଇଥିବା ଜଣାପଡ଼ିଛି ।