ଜୟପୁର : ଜୟପୁରର ଏକ ରାଇସ୍ ମିଲର ମାଲିକଙ୍କୁ ଅପହରଣ କରି ୭୦ ଲକ୍ଷ ଟଙ୍କା ଦାବି କରିଛି ଅପହରଣକାରୀ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ରାଇସ ମିଲ୍ ମାଲିକ ରମେଶ ପାତ୍ରଙ୍କୁ ଗତକାଲି ଠାରୁ ଅପହରଣ କରାଯାଇଛି । ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରମେଶ ଘରକୁ ଫେରୁଥିବାବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଛନ୍ତି । ଏନେଇ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଏକ ଅଭିଯୋଗ କରିଛନ୍ତି ।ତେବେ ପରିବାର ଲୋକେ କହିଛନ୍ତି ଅପହରଣକାରୀ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏହି ଅଭିଯୋଗକୁ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ କେଉଁ କାରଣରୁ ରମେଶଙ୍କୁ ଅପହରଣ କରାଯାଇଛି ସେନେଇ ପରିବାର ଲୋକେ କିଛି ସ୍ପଷ୍ଟ କରି ସୂଚନା ପୋଲିସକୁ ଦେଇପାରିନାହାନ୍ତି ।