18.1 C
Bhubaneswar
Thursday, December 18, 2025
Homeଅପରାଧଟଙ୍କା ପାଇଁ ନିଜକୁ ନିଜେ ଅପହରଣ କଲା ଯୁବକ

ଟଙ୍କା ପାଇଁ ନିଜକୁ ନିଜେ ଅପହରଣ କଲା ଯୁବକ

ନୁଆପଡା : ଆଜିର ଦୁନିଆରେ ଟଙ୍କାର ଆବଶ୍ୟକତା ସମସ୍ତଙ୍କର ରହିଛି ଏବଂ ଏହି ଟଙ୍କା ପାଇଁ ଆମ ସମାଜରେ ଅନେକ ସମୟରେ ବହୁତ ଗୁଡିଏ ଅଘଟଣ ହେଉଥିବାର ଖବର ସାମ୍ନାକୁ ମଧ୍ୟ ଆସୁଛି । ତେବେ ତିନି ଲକ୍ଷ ଟଙ୍କା ପାଇଁ ନିଜକୁ ଅପହରଣ କଲା ଯୁବକ ଏବଂ ପରିବାର ଲୋକଙ୍କ ପାଖକୁ ଅପହରଣ ସମୟର ଭିଡିଓ ପଠାଇ ଟଙ୍କା ଝଡ଼ାଇବାକୁ ଥିଲା ଯୁବକର ମୁଖ୍ୟ ଉଦେଶ୍ୟ । ଏନେଇ ଥାନାରେ ଅଭିଯୋଗ ହେବାପରେ ନୁଆପଡ଼ା ପୋଲିସ ତଦନ୍ତ କରି ଅପହରଣ ଷଡୟନ୍ତ୍ରର ସତ ସାମ୍ନାକୁ ଆଣିଛି । ମିଳିଥିବା ସୂଚନା ଅନୁଯାୟୀ , ନୁଆପଡା ଜିଲ୍ଲା ଖରିଆର ରୋଡ ସହରର ଜଣେ ଯୁବକ, ନିଜ ସହଯୋଗୀଙ୍କ ସହ ମିଶି ନିଜକୁ ନିଜେ ଅପହରଣ କରି ଏକ କାଣ୍ଡ ଭିଆଇଥିଲା ଏବଂ ତାକୁ ଉଦ୍ଧାର ପାଇଁ ଟଙ୍କା ମଧ୍ୟ ଦାବି କରିଥିଲା।ବାପା ଜୟରାମ ଜମିବାଡ଼ି ବନ୍ଧକ ରଖି ଧାରଉଧାର କରି ଟଙ୍କା ଶୁଝିବାକୁ ପବିତ୍ରଙ୍କୁ ଦେଇଥିଲେ। ପବିତ୍ର ମଧ୍ୟ ଟଙ୍କା ଶୁଝି ଦେଇଥିବା ସେ ପରିବାର ଲୋକଙ୍କୁ କହିଥିଲେ। ଗତ ୨ ତାରିଖରେ ଜୟରାମଙ୍କ ବଡ଼ପଅ ବୈକୁଣ୍ଠଙ୍କ ଅପହରଣ ଘଟଣା ସାମ୍ନାକୁ ଆସିଥିଲା। ୬ ତାରିଖ ଦିନ ଅଭିଯୋଗ ପରେ ତଦନ୍ତ କରିଥିଲେ। ତଦନ୍ତ ରୁ ଜଣାପଡିଥିଲା ସେ ନିଜେ ନିଜକୁ ଅପହରଣ କରି ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୁଆପଡା ଏସ ପି ।ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଜଣେ ଯୁବକ ନିଜ ସାଙ୍ଗଙ୍କ ସହ ମିଶି ଏଭଳି ଏକ ଷଡ଼ଯନ୍ତ୍ର ରଚିଥିଲା । ଯୁବକର ଅପହରଣ ନେଇ ଏସ ପି ରାଘବେନ୍ଦ୍ର ଗୁଣ୍ଡାଲା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ସତ୍ୟ ସାମ୍ନାକୁ ଆଣିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking