ଇରାନ: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଭାବରେ ଖାମେନେଇଙ୍କ ପୁଅ ମୁଜତାବା ହୋସେନି ଖାମେନେଇ ଘୋଷଣା କରାଗଲ। ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ମୃତ ହୋଇଥିବା ନେଇ ସୂଚନା ମିଳିଛି। ଆୟତୋଲ୍ଲା ଅଲ୍ଲୀ ଖାମନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନର ମିଡି଼ଆ।ସେପଟେ ଖାମନେଇଙ୍କ ମୃତ୍ୟୁ ପରେ ଇରାନରେ ୪୦ ଦିନିଆ ଶୋକ ଘୋଷଣା। ସତ ଦିନିଆ ସରକାରୀ ଛୁଟି ଘୋଷଣା କରିଛି ଇରାନ ସରକାର। ଆମେରିକା ଓ ଇସ୍ରାଏଲ ପକ୍ଷରୁ ଶନିବାର ମିଳିତଭାବେ ଇରାନର ରାଜଧାନୀ ତେହେରାନ ସମେତ ଏକାଧିକ ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଅଭିଯାନରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ଏବଂ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କୁ ନିଶାଣ କରାଯାଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଖାମେନେଇ ପ୍ରାଣ ହରାଇଛନ୍ତି। ଆୟତୋଲ୍ଲା ଅଲ୍ଲୀ ଖାମନେଇ ଇରାନର ସର୍ବୋଚ୍ଚ ନେତା ଥିଲେ। ୧୯ ଏପ୍ରିଲ ୧୯୩୯ରେ ଇରାନର ମାଶହାଦ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ସୟଦ ଜାଭାଦ ଖାମିନେଇ ଜଣେ ଇସଲାମିକ ବିଦ୍ବାନ ଥିଲେ। ୧୯୭୮ ଇରାନ ରାଜନୈତିକ ଅଶାନ୍ତି ବେଳେ ସେ ପୁଣି ଫେରିଥିଲେ। ଏହି ସମୟରେ ଇରାନରେ ଇସଲାମିକ ବିପ୍ଲବ ଆରମ୍ଭ ହୋଇଥିଲା। ଏହି ସମୟରେ ଇସଲାମିକ ରିଭଲ୍ୟୁସନାରୀ କାଉନସିଲ ମଧ୍ୟ ଗଠନ।










