24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଗୋପନରେ ନିଜ ପୁଅକୁ ଇରାନର ସର୍ବୋଚ୍ଚ ନେତା ନିଯୁକ୍ତ କଲେ ଖାମେନେଇ

ଗୋପନରେ ନିଜ ପୁଅକୁ ଇରାନର ସର୍ବୋଚ୍ଚ ନେତା ନିଯୁକ୍ତ କଲେ ଖାମେନେଇ

ତେହେରାନ୍ : ଇରାନର ସର୍ବୋଚ୍ଚ ନେତା ତଥା ୮୫ ବର୍ଷୀୟ ଅୟାତୋଲ୍ଲା ଅଲ୍ଲୀ ଖାମେନେଇ ଏବେ ଅଧିକାଂଶ ସମୟ ଅସୁସ୍ଥ ରହୁଛନ୍ତି। ବୟସାଧିକ୍ୟଜନିତ ଶାରୀରିକ ସମସ୍ୟା ତଥା ଅନ୍ୟ ରୋଗବ୍ୟାଧି ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ। ଫଳରେ ଏବେ ଖାମେନେଇଙ୍କ ଉତ୍ତରାଧିକାରୀ ଭାବେ କିଏ ଇରାନ୍‌ର ସର୍ବୋଚ୍ଚ ନେତା ପଦ ସମ୍ଭାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି। ଖାମେନେଇଙ୍କ ଅତ୍ୟନ୍ତ ନିକଟତର ଥିବା କିଛି ବରିଷ୍ଠ ନେତାଙ୍କୁ ଏହି ପଦ ମିଳିପାରେ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଖାମେନେଇ ଗୁପ୍ତରେ ନିଜ ଦ୍ୱିତୀୟ ପୁଅ ମୋଜତାବା ଖାମେନେଇଙ୍କୁ ଇରାନ୍‌ର ସର୍ବୋଚ୍ଚ ନେତା ତଥା ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଥିବା ନେଇ ସୂଚନା ମିଳିଛି। ତେବେ ଏହି ନିଯୁକ୍ତିକୁ ଇରାନ ସରକାର ଆନୁଷ୍ଠାନିକ ଭାବେ ଏହି ଖବରକୁ ନିଶ୍ଚିତ କରିନାହାନ୍ତି।

ଅୟାତୋଲ୍ଲା ଖାମେନେଇ ଏବେ ଗୁରୁତର ରୋଗରେ ପୀଡ଼ିତ। ଆମେରିକା ଓ ଇସ୍ରାଏଲ ସହ ଉତ୍ତେଜନା ମଧ୍ୟରେ ଖାମେନେଇଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଇରାନ ଚିନ୍ତାରେ ପଡ଼ିଯାଇଛି । ଏସବୁ ଭିତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସର୍ବୋଚ୍ଚ ନେତା ଖାମେନି ରବିବାର ତାଙ୍କର ଦ୍ୱିତୀୟ ପୁତ୍ର ମୋଜତାବା ଖାମେନିଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଦେଶର ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରିଛନ୍ତି। ପ୍ରକାଶ, ୮୫ ବର୍ଷୀୟ ଆୟାତୋଲ୍ଲା ଖାମେନିଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି।

ସେ ଏବେ କୋମାରେ ଥିବା କେତେକ ରିପୋର୍ଟ କହୁଛି । ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଇରାନର ସର୍ବୋଚ୍ଚ ନେତା ଚୟନ ପ୍ରକ୍ରିୟାରେ ଗାର୍ଡିଆନ୍ କାଉନସିଲ୍ ଏବଂ ଏକ୍ସପର୍ଟ ଆସେମ୍ବଲି ଭଳି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଇସ୍ରାଏଲ ମିଡିଆ ରିପୋର୍ଟ ଅନୁଯାୟୀ, ଇରାନର ଏକ୍ସପର୍ଟ ଆସେମ୍ବଲିର ୬୦ ଜଣ ସଦସ୍ୟଙ୍କ ମଧ୍ୟରେ ସେପ୍େଟମ୍ବର ୨୬ରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଖାମେନେଇଙ୍କ ଅନୁରୋଧକ୍ରମେ ଅତ୍ୟନ୍ତ ଗୋପନୀୟତାର ସହ ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking