21.1 C
Bhubaneswar
Monday, January 19, 2026
Homeଦେଶ ବିଦେଶହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆକ୍ରମଣ ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ-ଶିଖ୍‌

ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆକ୍ରମଣ ଘଟଣା: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ-ଶିଖ୍‌

ଓଟାୱା: କାନାଡ଼ାର ଆଣ୍ଟାରିଓ ପ୍ରାନ୍ତ ବ୍ରାମ୍ପଟନ୍ ସ୍ଥିତ ହିନ୍ଦୁ ମହାସଭା ମନ୍ଦିର ଉପରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ, ହିନ୍ଦୁମାନଙ୍କୁ ମାଡ଼ ମରାଯିବା ଘଟଣାର ଦିନକ ପରେ ଏଠାରେ ବସବାସ କରୁଥିବା ହଜାର ହଜାର ସଂଖ୍ୟକ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଏକଜୁଟ୍ ହୋଇ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ମନ୍ଦିର ଉପରେ ଆକ୍ରମଣକୁ ବିରୋଧ କରିବା ପୂର୍ବକ କାନାଡାର ସ୍ଥାୟୀ ହିନ୍ଦୁ ସମାଜ ବର୍ତ୍ତମାନ ଏକଜୁଟ୍ ହୋଇଛି। ପ୍ରତିବାଦକାରୀମାନେ ହାତରେ ତ୍ରିରଙ୍ଗା ଏବଂ କମଳା ରଙ୍ଗର ପତାକା ଧରି ବ୍ରାମ୍ପଟନ ରାସ୍ତାରେ ମୋର୍ଚ୍ଚା ବାହାର କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ଏମାନେ ରାଜରାସ୍ତାକୁ ବ୍ଲକ କରିବା ସହ ଟ୍ରୁଡେୟୁ ସରକାର ଏବଂ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏମାନଙ୍କ ସହ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ (ପ୍ରବାସୀ ନାଗରିକ) ମଧ୍ୟ ସାମିଲ ହୋଇଥିବା ଏବଂ ଖଲିସ୍ତାନୀ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ରହିଛି। ହିନ୍ଦୁ ସଭା ମନ୍ଦିର ବାହାରେ ହିନ୍ଦୁଙ୍କ ସହ ଶିଖ, ଇହୁଦୀ, ଖ୍ରୀଷ୍ଟିୟାନ ଓ ଇରାନୀୟମାନେ ଶୋଭାଯାତ୍ରା କରିଛନ୍ତି।” କାନାଡିଆନ୍ ନ୍ୟାସନାଲ କାଉନସିଲ୍ ଅଫ୍ ହିନ୍ଦୁ (କୋଏଚ୍‌ଏନ୍‌ଏ)ର ବ୍ୟାନରରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ଏହାକୁ ନେଇ ଏବେ କେବଳ କାନାଡା ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷେ କାନାଡାରେ ଏପ୍ରକାର ହିନ୍ଦୁ ଏବଂ ଶିଖ୍ ସମ୍ପ୍ରଦାୟଙ୍କ ମଧ୍ୟ ଏପ୍ରକାର ଏକତା କେବେ ଦେଖିବାକୁ ମିଳିନଥିଲା। କିନ୍ତୁ ବ୍ରାମ୍ପଟନ୍ ହିନ୍ଦୁ ମନ୍ଦିର ଏବଂ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ କାନାଡାରେ ବସବାସ କରୁଥିବା ସମସ୍ତ ମୂଳ ଭାରତୀୟଙ୍କୁ ଏକଜୁଟ୍ କରିଦେଇଛି। ଏମାନେ ସମସ୍ତେ ଏକଜୁଟ୍ ହୋଇ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁଙ୍କୁ ନିଜ ସାମର୍ଥ୍ୟ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ଏବେ କାନାଡା ସରକାର ସମ୍ପୂର୍ଣ୍ଣ ରୂପେ ଭୟଭୀତ ହୋଇପଡିଛନ୍ତି। କେବଳ ଏକ ଛୋଟ ଅଂଶ (ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ)ଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କାନାଡାରେ ସ୍ଥାୟୀ ନାଗରିକତା ହାସଲ କରିଥିବା ଲକ୍ଷ ଲକ୍ଷ ଭାରତୀୟ-କାନାଡୀୟ ନାଗରିକଙ୍କ ବିରୋଧାଭାସର ଶିକାର ହେବା କେତେ ଯେ ମହଙ୍ଗା ପଡ଼ିପାରେ ଏବେ ଟ୍ରୁଡେୟୁ ସରକାର ବେଶ୍ ଭଲଭାବେ ବୁଝିପାରିଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଖଲିସ୍ତାନବାସୀଙ୍କୁ ସମର୍ଥନ ବନ୍ଦ କରିବା ପାଇଁ କାନାଡିଆନ ରାଜନେତା ଏବଂ ଆଇନ ଶୃଙ୍ଖଳା ସଂସ୍ଥା ଉପରେ ଚାପ ପକାଇବା ପାଇଁ ଏକତା ରାଲି ଅନୁଷ୍ଠିତ ହୋଇଥିବା ପ୍ରତିବାଦକାରୀ କହିଛନ୍ତି।
ପ୍ରକାଶ, କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତରେ ପ୍ରବଳ ରୋଷ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପି, କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି ସମେତ ଅନେକ ରାଜନୈତିକ ଦଳ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏସବୁ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ଅନେକ ହିନ୍ଦୁ ସଂଗଠନ କାନାଡାରେ ଏକଜୁଟ୍ ହେବା ପୂର୍ବକ ଏକ ସଭା କରିଥିବା ଏବଂ ଏଥିରେ ଯେପର୍ଯ୍ୟନ୍ତ ଜଷ୍ଟିନ ଟ୍ରୁଡେୟୁ କିମ୍ବା ତାଙ୍କ ସରକାର ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିନାହାନ୍ତି ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛନ୍ତି, ସେପର୍ଯ୍ୟନ୍ତ କାନାଡା ହିନ୍ଦୁ ମନ୍ଦିରରେ କୌଣସି ରାଜନୈତିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବ। ଏନେଇ ହିନ୍ଦୁ ସମାଜ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଥିଲା। ସୂଚନାଯୋଗ୍ୟ, ବ୍ରାମ୍ପଟନ ଘଟଣାକୁ ନେଇ ଚାରିଆଡୁ ଚାପ ପଡ଼ିବା ପରେ ପିଲ୍ ଆଞ୍ଚଳିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସରୋଜ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ହରିନ୍ଦର ଖଲିସ୍ତାନ ସମର୍ଥକ ଗୋଷ୍ଠୀଙ୍କୁ ସମର୍ଥନ କରିବା ପୂର୍ବକ ସେମାନଙ୍କ ସହ ମିଶି (ଖଲିସ୍ତାନୀ ପତାକା ଧରି) ହିନ୍ଦୁଙ୍କୁ ମାଡ଼ମରାଯିବା ସମୟରେ ଦେଖଣାହାରୀ ସାଜିଥିଲେ। ସେହିପରି ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

https://www.youtube.com/watch?v=LLZhQP19SpA
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking