24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶକେରଳ ନର୍ସିଂ କଲେଜ୍ ର‌୍ୟାଗିଂ ଘଟଣା: କଲେଜରୁ ବହିଷ୍କୃତ ହେଲେ ଗିରଫ ୫ ସିନିଅର ଛାତ୍ର

କେରଳ ନର୍ସିଂ କଲେଜ୍ ର‌୍ୟାଗିଂ ଘଟଣା: କଲେଜରୁ ବହିଷ୍କୃତ ହେଲେ ଗିରଫ ୫ ସିନିଅର ଛାତ୍ର

ଥିରୁଅନନ୍ତପୁରମ: କେରଳର କୋଟ୍ଟାୟାମ୍ ସ୍ଥିତ ସରକାରୀ ନର୍ସିଂ କଲେଜ୍ ର‌୍ୟାଗିଂ ଘଟଣାରେ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ୫ ସିନିଅର (୩ୟ ବର୍ଷ) ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଏବେ ବହିଷ୍କାର କରିଛନ୍ତି। ଏନେଇ କଲେଜ୍ ପକ୍ଷରୁ ସୂଚନା ଦିଆଯାଇଛି। କଲେଜ ତଥା ହଷ୍ଟେଲ ପରିସରରେ ଶୂନ୍ୟ ର‌୍ୟାଗିଂ ସହନଶୀଳ ନୀତି ଲାଗୁ କରାଯାଇଥିବା ବେଳେ ଏପ୍ରକାର ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପ୍ରକାର ଘଟଣାକୁ କଲେଜ ପ୍ରଶାସନ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

କେରଳର ଏହି ନର୍ସିଂ କଲେଜ ର‌୍ୟାଗିଂ ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏହି ଘଟଣାରେ ବୁଧବାର ୫ ଜଣ ସିନିୟର (ତୃତୀୟ ବର୍ଷ) ଛାତ୍ରଙ୍କୁ ଗିରଫ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଗୁରୁବାର ସେମାନଙ୍କୁ ବହିଷ୍କାର କରାଯିବା ନେଇ ସୂଚନା ଦେଇଥିଲେ। ତେବେ ଶନିବାର ସୁଦ୍ଧା ଏମାନଙ୍କୁ ବହିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରାଯାଇଛି। ପ୍ରକାଶ ଏହି ଘଟଣାରେ ରାଜ୍ୟ ସରକାର ତଦନ୍ତ ନିର୍ଦେଶ ଦେଇଥିବାବେଳେ ଜାତୀୟ ମାନବାଧିକାର କମିସନଙ୍କ ପକ୍ଷରୁ କେରଳ ପୁଲିସକୁ ରିପୋର୍ଟ ତଲବ କରାଯାଇଛି। ୧୦ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ପ୍ରକାଶ, ଅଭିଯୁକ୍ତ ଛାତ୍ରମାନଙ୍କ ବିରୋଧରେ ପ୍ରଥମ ବର୍ଷର ଛାତ୍ରଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା ଭଳି ଅଭିଯୋଗ ହୋଇଛି। ଏତଦ୍‌ବ୍ୟତୀତ ଅଭିଯୁକ୍ତମାନେ ସେମାନଙ୍କୁ ମଦ ପିଇବା ପାଇଁ ଛୁରୀମୁନରେ ଧମକାଉଥିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭଳି ସଂଗୀନ ଅଭିଯୋଗ ହୋିଛି। ଅଭିଯୁକ୍ତ ତଥା ନିଲମ୍ବିତ ଛାତ୍ରମାନେ ହେଲେ ସାମୁଏଲ ଜନ୍ (୨୦), ଜିଭା (୧୯), ବିବେକ (୨୧), ଏନ୍‌ରିଜିଲ୍ ଜିଥ୍‌, (୨୦) ଏବଂ ରାହୁଲ ରାଜ(୨୨)। ଏମାନଙ୍କ ବହିଷ୍କାର ସମ୍ପର୍କରେ ଏମାନଙ୍କ ପରିବାର ଲୋକଙ୍କୁ ନର୍ସିଂ କଲେଜ କର୍ତ୍ତୃପକ୍ଷ ସୂଚୀତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking